ହରିୟାଣା ବିଧାନସଭା ନିର୍ବାଚନ; ଦିନ ୧ଟା ସୁଦ୍ଧା ୩୬.୬୯ ପ୍ରତିଶତ ମତଦାନ

Published By : Prameya-News7 Bureau | October 05, 2024 IST

ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ । ମୋଟ୍ ୯୦ ଆସନରେ ଜାରି ରହିଛି ଭୋଟିଂ । ଦିନ ୧ଟା ସୁଦ୍ଧା ୩୬.୬୯ ପ୍ରତିଶତ ମତଦାନ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଭୋଟିଂ ଚାଲିବ । ରାଜ୍ୟରେ ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ୨ କୋଟି ଭୋଟର । କାଁ ଭାଁ ସ୍ଥାନରେ ବିଶୃଙ୍ଖଳା ଛାଡ଼ି ଦେଲେ ବାକି ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଭୋଟିଂ ଚାଲିଛି । ଅନ୍ୟପଟେ ସୁରକ୍ଷା ଦାୟିତ୍ବରେ ୩୦ହଜାର ପୋଲିସ ଫୋର୍ସ ରହିଛନ୍ତି । ସେହିପରି ୨୨୫ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି ।  

ସଂଧ୍ୟା ୬ରେ ମତଦାନ ଶେଷ ହେବ । ଏହା ପରେ ହାରିୟାଣା ଏବଂ ଜମ୍ମ-କାଶ୍ମୀରର ବୁଥ୍ ବାହୁଡ଼ାମତ ସାମ୍ନାକୁ ଆସିବ । ସେହିପରି ଆସନ୍ତା ଅକ୍ଟୋବର ୮ ତାରିଖରେ ଦୁଇ ରାଜ୍ୟର ନିର୍ବାଚନ ରେଜଲ୍ଟ ବାହାରିବ । ହରିଆଣାରେ ମୁଖ୍ୟତଃ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ଏବେ କ୍ଷମତାରେ ଥିବା ବିଜେପି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିବା ଆଶାରେ ରହିଛି । ସେପଟେ କଂଗ୍ରେସ, ବିଜେପିର ଗଡ଼କୁ ଭାଙ୍ଗି ସରକାରକୁ ଫେରିବାକୁ ସମଚସ୍ତ ପ୍ରୟାସ ଚଳାଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା, କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାତ୍ ସମେତ ବହୁ ହେଭିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଚାଲିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.