ହାଇତିରେ ଆତଙ୍କୀ ଗ୍ୟାଙ୍ଗର ଆଖିବୁଜା ଗୁଳିମାଡ଼, ୩ ଶିଶୁଙ୍କ ସମେତ ୭୦ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 05, 2024 IST

News7

ନୂଆଦିଲ୍ଲୀ: ହାଇତିରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଅତି କମରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ମିଳିତ ଜାତିସଂଘର ମାନବ ଅଧିକାର କାର୍ଯ୍ୟାଳୟ ଅନୁଯାୟୀ, ରାଇଫଲ ଥିବା ସଶସ୍ତ୍ର ବନ୍ଧୁକଧାରୀମାନେ ପଣ୍ଟ-ସୋଣ୍ଡେ ସହରରେ ପ୍ରବେଶ କରି ବାସିନ୍ଦାଙ୍କ ଉପରକୁ ଗୁଳି ଚଳାଇଥିଲେ। ମିଳିତ ଜାତିସଂଘ କହିଛି ଯେ ଗ୍ରାନ୍ ଗ୍ରୀଫ୍‌ର ଗ୍ୟାଙ୍ଗର ସଶସ୍ତ୍ର ଅପରାଧୀମାନେ ତିନି ପିଲାଙ୍କ ସମେତ ଅତି କମରେ ୭୦ ଜଣଙ୍କୁ ହତ୍ୟା କରିଥିଲେ। ଭୟରେ ୩ ହଜାର ଲୋକ ଭୟରେ ଦୌଡି ପଳାଇଥିଲେ। ସ୍ୱୟଂଚାଳିତ ରାଇଫଲରେ କ୍ରମାଗତ ଭାବରେ ଗୁଳି ଚଳାଇଥିଲେ।

ଜାତିସଂଘ ମୁଖପାତ୍ର ଥାମେନଇ ଅଲ-ଖଇତାନ ଏକ ବିବୃତ୍ତିରେ କହିଛନ୍ତି ଯେ ଗୁରୁବାର ହାଇତିର ଆର୍ଟିବୋନାଇଟ ବିଭାଗର ପଣ୍ଟ-ସୋଣ୍ଡେ ସହରରେ ଘଟିଥିବା ଗ୍ୟାଙ୍ଗ ଆକ୍ରମଣ ଦ୍ୱାରା ଆମେ ଭୟଭୀତ ହୋଇପଡିଛୁ। ମିଳିତ ଜାତିସଂଘ ଅନୁଯାୟୀ ପୋଲିସ ସହ ଗୁଳି ବିନିମୟରେ ଦୁଇ ଜଣ ଗ୍ୟାଙ୍ଗ ସଦସ୍ୟଙ୍କ ସମେତ ଗୁରୁବାର ସକାଳେ ଏହି ଆକ୍ରମଣରେ ଅନ୍ୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଜାତିସଂଘ ଅନୁଯାୟୀ, ଗ୍ୟାଙ୍ଗ ଅପରାଧୀମାନେ ଅତି କମରେ ୪୫ ଘର ଏବଂ ୩୪ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଲୋକେ ଘରୁ ପଳାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.