Haryana Exit Poll ୨୦୨୪: ହରିୟାଣାରେ ବିଜେପିକୁ ଝଟକା, ଏକ୍ସଜିଟ୍‌ ପୋଲ୍‌ରେ ସରକାର ଗଢୁଛି କଂଗ୍ରେସ

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ଶନିବାର ସମସ୍ତ ୯୦ ଆସନରେ ମତଦାନ ହୋଇଛି । ନିର୍ବାଚନ ପରିଣାମ ଅକ୍ଟୋବର ୮ରେ ଆସିବ । ତେବେ ଏହା ପୂର୍ବରୁ ଏକ୍ସଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ୱର ୪୬ । ଗତ ୧୦ ବର୍ଷ ଧରି ବିଜେପି ରାଜ୍ୟରେ ସରକାରରେ ରହିଛି । ୨୦୧୯ରେ ବିଜେପି ୪୦ ଆସନ ସହ ସବୁଠୁ ଦଳ ହୋଇଥିଲା ଏବଂ ଜେଜେପି ସହ ମିଶି ସରକାର ଗଢିଥିଲା । ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଜୋରଦାର ଫାଇଟ୍ ଦେଉଛି ।

ହରିୟାଣା ବୁଥ୍ ବାହୁଡ଼ା ମତରେ କଂଗ୍ରେସ ପାଇଁ ଖୁସି ଖବର ରହିଛି । ରିପବ୍ଲିକ୍ ୱାର୍ଲଡ ଏବଂ ମେଟ୍ରିଜ୍ ସର୍ଭେ ଅନୁସାରେ କଂଗ୍ରେସକୁ ରାଜ୍ୟରେ ୫୫ରୁ ୬୨ ଆସନ ମିଳିପାରେ । ଅନ୍ୟପଟେ ବିଜେପିକୁ କେବଳ ୧୮ରୁ ୨୪ ଆସନ ମିଳୁଥିବା ଦାବି କରାଯାଉଛି । ଏହା ବ୍ୟତୀତ ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳକୁ ୩ରୁ ୬ ଆସନ ମିଳିପାରେ । ଏହାସହ ଅନ୍ୟଙ୍କୁ ୨ରୁ ୫ ଆସନ ମିଳୁଥିବା ଅନୁମାନ ରହିଛି ।

ସେହିପରି ଦୈନିକ ଭାସ୍କାରର ଏକ୍ସଜିଟ୍ ପୋଲ୍ ଅନୁସାରେ କଂଗ୍ରେସକୁ ୪୪-୫୪ ଆସନ ମିଳିପାରେ । ବିଜେପିକୁ ୧୯-୨୯ ଏବଂ ଆଇଏନଏଲଡିକୁ ୪-୯ ଆସନ ମିଳିପାରେ । ଜେଜେପିକୁ ୧-୫ ଆସନ ମିଳିପାରେ । ସେହିପରି ପିପୁଲ୍ସ ପଲ୍ସର ଏକ୍ସଜିଟ୍ ପୋଲରେ କଂଗ୍ରେସକୁ ୫୫, ବିଜେପିକୁ ୨୯, ଆଇଏନଏଲଡିକୁ ୩-୫, ଜେଜେପିକୁ ୨-୩ ମିଳିପାରେ ।

ଧ୍ରୁବ ରିସର୍ଚ୍ଚ ଏକ୍ସଜିଟ୍ ପୋଲ୍ ଅନୁସାରେ ହରିୟାଣାରେ ବିଜେପିକୁ ୨୨-୩୨, କଂଗ୍ରେସକୁ ୫୦-୬୪ ଆସନ ମିଳିପାରେ । ଅନ୍ୟପଟେ ଜେଜେପି, ଆଇଏନଏଲଡି ଏବଂ ଆପ୍ ହରିୟାଣାରେ ଖାତା ଖୋଲିପାରୁ ନାହିଁ । ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପୋଲ୍ ଅଫ୍ ପୋଲ୍ସରେ ବି କଂଗ୍ରେସ ସରକାର ଗଠନ କରୁଥିବା ନଜର ଆସୁଛୁ । ହରିୟାଣାରେ ବିଜେପିକୁ ୨୨-୨୪, କଂଗ୍ରେସକୁ ୫୩-୫୫ ଆସନ ମିଳୁଛି । ଅନ୍ୟପଟେ ଜେଜେପିକୁ ୧ ଏବଂ ଆଇଏନଏଲଡିକୁ ୩ ଆସନ ମିଳିପାରେ । ଅନ୍ୟଙ୍କୁ ୭ ଆସନ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.