ସେବି ମୁଖ୍ୟଙ୍କୁ ତଲବ କଲା ପାର୍ଲାମେଣ୍ଟ ପ୍ୟାନେଲ୍, ହିଣ୍ଡନବର୍ଗ ଅଭିଯୋଗ ସହ ଜଡ଼ିତ ରହିଛି ମାମଲା

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ବଜାର ନିୟାମକ ସେବି (SEBI)ର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ ସଂସଦର ଲୋକ ଲେଖା ସମିତି (PAC) ସାମନାରେ ହାଜର ହେବେ । ରିପୋର୍ଟ ମୁତାବତ ସେବି ମୁଖ୍ୟ ଅକ୍ଟୋବର ୨୪ରେ PACରେ ହାଜର ହୋଇପାରନ୍ତି । ଏହି ସମିତି ସେବି, ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (TRAI)ର ଶୀର୍ଷ ଅଧିକାରୀଙ୍କୁ ତଲବ କରିଛି । ଏହି ଅବସରରେ ନିୟାମକ ସଂସ୍ଥାର ପ୍ରଦର୍ଶନ ଉପରେ ମଧ୍ୟ ସମୀକ୍ଷା କରାଯିବ ।

PAC ଦ୍ୱାରା ଏହି ନୋଟିସ୍ ଏପରି ସମୟରେ ହୋଇଛି, ଯେତେବେଳେ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କୁ ନେଇ ହିଣ୍ଡନବର୍ଗ ସଙ୍ଗୀନ ଅଭିଯୋଗ ଆଣିଛି । ହିଣ୍ଡନବର୍ଗ ଆଦାନୀ ଗ୍ରୁପ ସହ ବୁଚଙ୍କ କଥିତ ସମ୍ପର୍କର ଖୁଲାସା କରିଥିଲା । ଉଲ୍ଲେଖଯୋଗ୍ୟ ଯେ ହିଣ୍ଡନବର୍ଗ ପ୍ରଥମେ ଗୌତମ ଆଦାନୀ ଏବଂ ତାଙ୍କ କମ୍ପାନି ବିରୋଧରେ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟ ପ୍ରକାଶ ପାଇବା ପାଇଁ ଆଦାନୀ ଗ୍ରୁପକୁ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । PACର ଏହି ବୈଠକରେ ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲାହୋଟି ମଧ୍ୟ ହାଜର ହୋଇପାରନ୍ତି ।

ହିଣ୍ଡନବର୍ଗର ଅଭିଯୋଗ ପରେ କଂଗ୍ରେସ ସେବି ମୁଖ୍ୟ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଉପରେ ପ୍ରଶ୍ନ ଉଠାଇ ଇସ୍ତଫା ଦାବି କରିଥିଲା । ତେବେ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଏକ ବୟାନ ଜାରି କରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.