ନୂଆଦିଲ୍ଲୀ: ହରିୟଣାରେ ବିଜେପି ନେତାଙ୍କୁ ହତ୍ୟା । ସୁରେନ୍ଦ୍ର ଜଓ୍ବାହାରିଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଜମିବାଡ଼ି ବିବାଦକୁ ନେଇ ଭାରତୀୟ ଜନତା ପାର୍ଟି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା କୁହାଯାଉଛି । ପାୟାରିଂ ପରେ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ ଆରମ୍ଭ କରିଦେଇଛି । ଏଫଏସଏଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛି । ଏହା ସହିତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଖାନପୁର ହସ୍ପିଟାଲକୁ ପଠାଇଛି । ମୃତ ବିଜେପି ନେତା ସୁରେନ୍ଦ୍ର ଜଓ୍ବାହର ମୁଡଲାନା ମଣ୍ଡଳର ଅଧ୍ୟକ୍ଷ ଥିଲେ ।
ସୂଚନା ଅନୁଯାୟୀ, ଶୁକ୍ରବାର ସୋନିପଥରେ ବିଜେପି ନେତା ତଥା ମୁଡଲାନା ମଣ୍ଡଳ ଅଧ୍ୟକ୍ଷ ସୁରେନ୍ଦ୍ର ଜଓ୍ବାହରଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ବିଳମ୍ବିତ ରାତିରେ ଦୁଇ ପଡୋଶୀ ତାଙ୍କୁ ଗୁଳି ମାରିଥିବା କୁହାଯାଉଛି । ଜମିବାଡି ବିବାଦକୁ ନେଇ ଅଭିଯୁକ୍ତ ମାନେ ଏଭଳି ଘଟଣା ଭିଆଇଛନ୍ତି ।
ବିଜେପି ନେତା ସୁରେନ୍ଦ୍ର ଜଓ୍ବାହରଙ୍କୁ ଦୋକାନ ଭିତରେ ପଶିଗଲେ ମାତ୍ର ଜୀବନ ବଞ୍ଚିଲା ନାହିଁ । ସୋନିପଥ ସଦର ଥାନା ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି । ଶୁକ୍ରବାର ଦିନ ସୁରେନ୍ଦ୍ର ପରିବାର ଓ ପାର୍ଟି କର୍ମଚାରୀମାନଙ୍କ ସହିତ ହୋଲି ଖେଳିଥିଲେ । ରାତି ପ୍ରାୟ ୯ଟା ବେଳେ ସେ ଗାଁକୁ ଫେରିଥିଲେ । ଘରେ ପହଞ୍ଚିବା ପୂର୍ବରୁ ପଡୋଶୀ ଘରର ଦୁଇ ଜଣ ଅତର୍କିତ ଭାବେ ଆକ୍ରମଣ କରି ଫାୟାରିଂ କରିଥିଲେ । ଜୀବନ ବଞ୍ଚାଇବାକୁ ଏକ ଦୋକାନ ଭିତରେ ପଶିଯାଇଥିଲେ । ମାତ୍ର ତିନି ରାଉଣ୍ଡ ଫାୟାରିଂରେ ତାଙ୍କର ଜୀବନ ଚାଲିଯାଇଛି ।