ନୋଏଡା HCL ଟେକ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ଓଡ଼ିଶାରେ ହେବ HCL କ୍ୟାମ୍ପସ୍

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ ୭: ଖୁବ୍‌ଶୀଘ୍ର ଓଡ଼ିଶାରେ HCLର କ୍ୟାମ୍ପସ ହେବ । ଏ ନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଏ ନେଇ ଆଲୋଚନା ପାଇଁ ଖୁବ୍‌ଶୀଘ୍ର HCLର ଏକ ଟିମ୍ ଓଡ଼ିଶା ଆସିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ HCL କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ଆସି ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । 

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସି ପ୍ରଥମ ଦିନରେ ନୋଏଡା HCL ଟେକ୍ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । HCL ଟେକ୍ ପରିଦର୍ଶନ ସହ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । HCL ପ୍ରାଙ୍ଗଣରେ ନିମ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ କେତେକ ଗୁରୁତ୍ବପୂର୍ଣ୍ଣ MoU ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । IOCL, ISPRL, ପେଟ୍ରୋନେଟ୍ LNG ସହ ବୁଝାମଣା ହେବ । ନୋଏଡ଼ାର HCL ଟେକ୍ନୋଲୋଜି ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବହୁ ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।


You Can Read:

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ମୁନା ଖାଁ, କହିଲେ- ଦଳରେ ଦୋମୁହାଁ ନୀତି ଚଳିବନି, ଯାହାର ଯିବାର ଅଛି ପଳାନ୍ତୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.