ଗାଁ ପାଖରେ ବୁଲୁଛନ୍ତି ୨୭ ଟିକିଆ ହାତୀପଲ, ଭୟରେ ଅଞ୍ଚଳବାସୀ

Published By : Prameya-News7 Bureau | April 08, 2025 IST

ପାଟଣା ୦୮।୦୪ : ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ । ଗାଁ ନିକଟରେ ହାତୀପଲ ବୁଲୁଥିବାର ଦେଖି ଲୋକେ ଭୟଭୀତ । ବନବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଇଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହାତୀପଲ ସଦର ରେଞ୍ଜ ଅଞ୍ଚଳରୁ ଆସି ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ପ୍ରବେଶ କରିଥିଲେ । ଏପିରିକି ଭୁଇଁପୁର ଗାଁର ଝୁନୁ ବାରିକଙ୍କ ଘରକୁ ଭାଙ୍ଗି ଭିତରୁ ଧାନ ଓ ଚାଉଳ ନଷ୍ଟ କରିଥିଲେ । ହାତୀପଲଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୁରା ପରିବାର । ତେବେ ଏହି ହାତୀପଲରେ ୧୪ଟି ମାଈ ହାତୀ, ୬ଟି ଦନ୍ତା ଥିବା ବେଳେ ୭ଟି ଛୁଆ ହାତୀ ରହିଛନ୍ତି । କୋମଣ୍ଡ ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେପଟେ ବନବିଭାଗ ପକ୍ଷରୁ ଲଗାତର ଭାବେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.