ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ହମାସ ବାୟୁସେନା ମୁଖ୍ୟ ମୃତ

Published By : Prameya-News7 Bureau | October 14, 2023 IST

ନୂଆଦିଲ୍ଲୀ: ହମାସ ବାୟୁସେନା ମୁଖ୍ୟକୁ ହତ୍ୟା କଲା ଇସ୍ରାଏଲ୍। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ହମାସ ବାୟୁସେନା ମୁଖ୍ୟ ମୁରାଦ ଅବୁ ମୁରାଦର ମୃତ୍ୟୁ ହୋଇଛି। ଏନେଇ ଏସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆକାଶ ମାର୍ଗରେ ହମାସ ଆକ୍ରମଣର ରଣନୀତି ତିଆରି ହେଉଥିବା ମୁଖ୍ୟାଳୟକୁ ଟାର୍ଗେଟ୍ କରି ଏୟାର୍ ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ୍। ଏଥିରେ ହମାସ ଏୟାର ଚିଫ୍‌ଙ୍କର ମୃତ୍ୟୁ ହୋଇଥିଲା।

ଟାଇମ୍ସ ଅଫ୍ ଇସ୍ରାଏଲ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଇସ୍ରାଏଲ୍‌ରେ ହୋଇଥିବା ନରସଂହାର ପାଇଁ ମୁରାଦର ବଡ଼ ଭୂମିକା ଥିଲା। ତାରି ନିର୍ଦ୍ଦେଶରେ ହମାସ ଆକାଶ ମାର୍ଗରେ ଆକ୍ରମଣ କରିଥିଲା। ଏକାଧିକ ଆତଙ୍କବାଦୀ ହ୍ୟାଙ୍ଗ୍ ଗ୍ଲିଡର୍ସରେ ଇସ୍ରାଏଲ ସୀମା ଭିତରେ ପ୍ରବେଶ କରିଥିଲେ।

ପଢ଼ନ୍ତୁ-ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ହମାସ ବାୟୁସେନା ମୁଖ୍ୟ ମୃତ

ଶୁକ୍ରବାର ରାତିରେ ହମାସ ବାୟୁସେନାର ଏକାଧିକ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। ଶନିବାର ଆକ୍ରମଣକୁ ଆହୁରି ତୀବ୍ର କରିଛି। ଗାଜାରେ ସୀମା ଭିତରେ ପ୍ରବେଶ କରିଛନ୍ତି ଇସ୍ରାଏଲ୍ ସୈନିକ। ଏଥିରେ ଗାଜାର ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ଇସ୍ରାଏଲ୍‌ର ୧୩୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଜାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗଜାରେ ୧୫୩୦ରୁ ଅଧକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲ୍ ଭିତରେ ପଶି ଆସିଥିବା ୧୫୦୦ ହମାସ ଆତଙ୍କବାଦୀଙ୍କୁ ସଫା କରିଦିଆଯାଇଛି ବୋଲି ଇସ୍ରାଏଲ୍ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.