ଭୁବନେଶ୍ବର ୧।୬: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ବାଭାବିକ ମୃତ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ଅସ୍ବାଭାବିକ ମୃତ୍ୟୁ ହିଟ୍ୱେଭ ମୃତ୍ୟୁ ନା ଆଉ କିଛି ସେନେଇ ତଦନ୍ତର ନୋଡାଲ ଅଫିସର ହେଉଛନ୍ତି SRC । ସ୍ଥାନୀୟ ପ୍ରଶାସନ ତଦନ୍ତ କରି SRCଙ୍କୁ ରିପୋର୍ଟ ଦେବେ । ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲରେ ୩୩ ଜଣ ଏପରି ରୋଗୀ ଅଛନ୍ତି ଯେଉଁ ମାନଙ୍କର ଚିକିତ୍ସା ଚାଲିଛି । ଝାରସୁଗୁଡା ଓ ବଲାଙ୍ଗୀରରେ ହସ୍ପିଟାଲରେ ରୋଗୀ ଅଛନ୍ତି । ଶୁକ୍ରବାର ରାଉରକେଲାରେ ୧୬ ଜଣଙ୍କ ପୋଷ୍ଟମର୍ଟମ ସରିଛି । ପୂର୍ବରୁ କେନ୍ଦୁଝରରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଅଚାନକ ହିଟ୍ୱେଭରେ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା । ଶୁକ୍ରବାର ଠାରୁ ଆମର ୬ ଜଣିଆ ଟିମ ରାଉରକେଲା ଯାଇଛନ୍ତି । ୬ ଜଣିଆ ଟିମ୍ରେ ଜନସ୍ୱାସ୍ଥ୍ୟ ବିଭାଗର ୩ ଓ୍ବିଙ୍ଗ୍ ସଦସ୍ୟ, ସୁନ୍ଦରଗଡ଼ର ୨ ଜଣ ଫୋରେନସିକ୍ ସଦସ୍ୟ ଏବଂ ସମ୍ବଲପୁର କମ୍ୟୁନିଟି ମେଡ଼ିସିନ ବିଭାଗର ଜଣେ ସଦସ୍ୟ ରହିଛନ୍ତି । ଆମେ ଜନସାଧାରଣଙ୍କୁ ଅପିଲ କରୁଛୁ ହାଇ ଏକ୍ସପୋଜରରେ ବାହାରକୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ପଡିଲେ, ସତର୍କତାର ସହ ବାହାରନ୍ତୁ । SRCଙ୍କ ଗାଇଡଲାଇନ ଅଛି କେତେବେଳେ କାମ କରିବା । ଆମର ସମସ୍ତ ହସ୍ପିଟାଲରେ ବ୍ୟବସ୍ଥା ଅଛି । ହେଲେ ଲୋକ ହିଟଷ୍ଟ୍ରୋକ ପାଇବା ମାତ୍ରେ, ତୁରନ୍ତ ହସ୍ପିଟାଲ ଆସିବା ଦରକାର । ଯଦି ଅଧିକ ରୋଗୀ ଆସିବେ, ବିକଳ୍ପ ବ୍ୟବସ୍ଥା ବି କରାଯିବ ବୋଲି
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
You Can Read :
ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ