ଯାଜପୁର ୧।୬: ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ଅଘଟଣ । ନିର୍ବାଚନ ଡ୍ୟୁଟି ବେଳେ ବିଏଲ୍ଓଙ୍କ ମୃତ୍ୟୁ ଘଟିଛି । ବିଞ୍ଝାରପୁର ଫତେପୁର ବୁଥ୍ରେ ଅଘଟଣ ଘଟିଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଫତେପୁର ବୁଥ୍ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀ ମନୋରଞ୍ଜନ ସାହୁଙ୍କ ମୃତ୍ୟୁ ଘଟିଛି । ସେ ୧୫୭ ନମ୍ବର ବୁଥ୍ରେ କାର୍ଯ୍ୟରତ ଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ମନୋରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ କୁହାଯାଉଛି ।
You Can Read :
ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଭୋଟ, ବରିଷ୍ଠ ନାଗରିକଙ୍କ ମଧ୍ୟରେ ବଢିଛି ଉତ୍ସାହ: ସିିଇଓ