ଡିପ୍‌ଥେରିଆ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି, ଗତ ସପ୍ତାହେ ହେବ ସଂକ୍ରମଣ ହାର କମିଛି : ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | June 25, 2024 IST

କଟକ ।୬: କଳାହାଣ୍ଡି, ରାୟଗଡା ଓ କୋରାପୁଟରେ ଡିପଥେରିଆ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଗତ ସପ୍ତାହେ ହେବ ସଂକ୍ରମଣ ହାର କମିଛି । ଯେଉଁ ଚାରୋଟି ଗାଁ ମୁଖ୍ୟତଃ ପ୍ରଭାବିତ ହୋଇଛି, ସେହି ଗାଁ ଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଆଜି କଟକ ଏସସିବି ମେଡିକାଲରେ ଏକ ସମୀକ୍ଷା ବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଡିପଥେରିଆ ସଂକ୍ରମଣ ବାବଦରେ ସରକାର ଦୈନିକ ସମୀକ୍ଷା କରୁଛନ୍ତି ଓ ମନ୍ତ୍ରୀ ନିଜେ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମ୍ପର୍କରେ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । 

You Can Read :

ସାପ ଧରାଳିଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ, ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.