ପକସୋ ମାମଲାରେ ହେଲା ବୃଜଭୂଷଣ ଶରଣ ସିଂହଙ୍କ ଶୁଣାଣି, ନାବାଳିକାଙ୍କ ପିତାଙ୍କୁ ନୋଟିସ୍ ପଠାଇଲେ କୋର୍ଟ

Published By : Prameya-News7 Bureau | July 04, 2023 IST

ନୂଆଦିଲ୍ଲୀ ୪।୭: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ଙ୍କ ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ କଥିତ ନା ବାଳିକା ମହିଳା ରେସ୍ଲରଙ୍କ ଦ୍ୱାରା ରୁଜୁ ପକସୋ କେସ୍‌ରେ ମଙ୍ଗଳବାର ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟ ଶୁଣାଣି କରିଛନ୍ତି।  ପକସୋ କୋର୍ଟରେ ହୋଇଥିବା ଏହି ଶୁଣାଣି ରୁଦ୍ଧଦ୍ୱାରରେ ହୋଇଥିଲା। ଏଥିରେ କୋର୍ଟ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ କ୍ୟାନସେଲେସନ ରିପୋର୍ଟ ଉପରେ ପୀଡ଼ିତାଙ୍କ ପିତା(ଅଭିଯୋଗକାରୀ)ଙ୍କୁ ନୋଟିସ୍ କରିଛନ୍ତି।  

ମାନହାନୀ ମକଦ୍ଦମାରେ ରାହୁଲଙ୍କୁ ଆଶ୍ୱସ୍ତି; ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ

କୋର୍ଟ ଅଭିଯୋଗକାରୀ ପକ୍ଷଙ୍କୁ ୧ ଅଗଷ୍ଟରେ ହେବାକୁ ଥିବା ପରବର୍ତ୍ତି ଶୁଣାଣି ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋକସୋ କୋର୍ଟରେ ଆଡିସନାଲ ସେସନସ୍ ଜଜ୍ ଛବି କପୁର ଦିଲ୍ଲୀ ପୋଲିସର କ୍ୟାନସେଲେସନ ରିପୋର୍ଟ ଉପରେ ଶୁଣାଣି କରି କହିଛନ୍ତି ଯେ ମାମଲାରେ ନା ବାଳିକାଙ୍କ ପକ୍ଷ ଜାଣିବା ପରେ ହିଁ ଏହି ମୋକଦ୍ଦମା ରଦ୍ଦ ହୋଇପାରିବ କି ନା ତାହା କୁହାଯାଇପାରିବ। ନାବାଳିକା ରେସ୍ଲରଙ୍କ ମାମଲାରେ ଦିଲ୍ଲୀ ପୋଲିସ ଜୁନ ୧୫ ତାରିଖ ଦିନ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା।

{"id":812589,"sizeSlug":"full","linkDestination":"none"}

ଏଥିରେ ବୃଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ରୁଜୁ ଏଫଆଇଆରକୁ ରଦ୍ଦ କରିବା ପାଇଁ ନିବେଦନ କରାଯାଇଥିଲା। ଏପରି ରିପୋର୍ଟ ସେହି ସବୁ ମାମଲାରେ କରାଯାଏ ଯେଉଁଥିରେ ପୋଲିସ ଉଚିତ ଯାଞ୍ଚ ପରେ ପୁଷ୍ଟ ସାକ୍ଷୀଙ୍କୁ ଖୋଜିବାରେ ବିଫଳ ହୋଇଥାଏ। ଏହି ମାମଲାରେ ମଧ୍ୟ ପୋଲିସ ନାବାଳିକା ରେସ୍ଲରଙ୍କ ଦ୍ୱାରା ବୃଜ ଭୂଷଣଙ୍କ ବିରୋଧରେ ରୁଜୁ ଅଭିଯୋଗକୁ ରଦ୍ଦ କରିବା ପାଇଁ ସୁପାରିଶ କରି କହିଥିଲା ଯେ ଏଥିରେ ମଜଭୁତ ପ୍ରମାଣ ମିଳିଲା ନାହିଁ।

ଦିଲ୍ଲୀ LGଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, DERC ଚେୟାରମ୍ୟାନ ନିଯୁକ୍ତି ମାମଲାରେ କେଜରିୱାଲଙ୍କ ଆଶ୍ୱସ୍ତି

ଦିଲ୍ଲୀ ପୋଲିସର ଲୋକସମ୍ପର୍କ ଅଧିକାରୀ ସୁମନ ନାଲବା ପ୍ରସଙ୍ଗରେ ଏକ ବୟାନ ଜାରି କରିଥିଲେ। କହିଥିଲେ ଯେ ନା ବାଳିକାଙ୍କ ପିତା ଓ ସ୍ୱୟଂ ଅଭିଯୋଗକାରୀ ନାବାଳିକାଙ୍କ ବୟାନ ଆଧାରରେ ମାମଲାକୁ ରଦ୍ଦ କରିବା ପାଇଁ ଅନୁରୋଧକୁ ଆଧାର କରି ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ବୃଜ ଭୂଷଣଙ୍କୁ ଦୁଇ ଥର ପଚରାଉଚରା କରିଛି। ଉଭୟ ଥର ସେ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ବୃଜ ଭୂଷଣ ତାଙ୍କୁ ମିଥ୍ୟା ମାମଲାରେ ଫଶାଯାଉଥିବା ଅଭିଯୋଗ କରିଛନ୍ତି।

{"id":812590,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ମହିଳା ରେସ୍ଲରମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ଅଲିମ୍ପିକ ପଦକ ବିଜେତା ବଜରଂ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟ ଆଣିଥିଲେ। ବୃଜଭୂଷଣଙ୍କ ବିରୋଧରେ ରେସ୍ଲରମାନଙ୍କ ବିକ୍ଷୋଭକୁ ଅନେକ ବିରୋଧୀ ଓ କୃଷକ ସଙ୍ଗଠନ ସମର୍ଥନ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.