ଏବେ ବି ଖୋଲାରହିଛି ହେଲ୍‌ପ ଡେସ୍କ, ମୃତାହତଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ କାମ କରୁଛି ସଂଗଠନ

Published By : Prameya-News7 Bureau | June 04, 2023 IST

ଭଦ୍ରକ ୦୪।୦୬ : ଏବେ ବି କାମ କରୁଛି ହେଲ୍‌ପ ଡେସ୍କ । ଭଦ୍ରକ ମେଡିକାଲ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ହେଲ୍‌ପ ଡେସ୍କ ଖୋଲିଛି ।  ମେଡିକାଲରେ ଚିକିତ୍ସିତ ରୋଗୀଙ୍କ ସ୍ଥିତି, ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ରୋଗୀଙ୍କ ତଥ୍ୟ , ମୃତକଙ୍କ ତାଲିକା ସଂପର୍କରେ ମୃତାହତଙ୍କ ସଂପର୍କୀୟଙ୍କୁ ସବିଶେଷ ତଥ୍ୟ ଦେବାରେ ସହଯୋଗ କରୁଛନ୍ତି ସଂଗଠନ ।

{"id":797972,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶୁକ୍ରବାର ଦିନ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ତିନୋଟି ଟ୍ରେନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ ସଂପର୍କୀୟମାନେ ମେଡିକାଲରୁ ମେଡିକାଲକୁ ବୁଲୁଛନ୍ତି । ତେବେ ଭଦ୍ରକ ମେଡିକାଲ ସମ୍ମୁଖରେ ସାମଜସେବୀଙ୍କ ପକ୍ଷରୁ ହେଲ୍‌ପ ଡେସ୍କ ଖୋଲାଯାଇଥିଲା ।  ମେଡିକାଲରେ ଚିକିତ୍ସିତ ରୋଗୀଙ୍କ ସ୍ଥିତି, ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ରୋଗୀଙ୍କ ତଥ୍ୟ ,ମୃତକଙ୍କ ତାଲିକା ସଂପର୍କରେ ମୃତାହତଙ୍କ ସଂପର୍କୀୟଙ୍କୁ ସବିଶେଷ ତଥ୍ୟ ଦେବାରେ ସହଯୋଗ କରୁଛନ୍ତି ଏହି ହେଲ୍‌ପ ଡେସ୍କ ।

{"id":797973,"sizeSlug":"full","linkDestination":"none"}

ସେହିପରି ଯଦି କେହି ଲୋକ ନିଜ ସଂପର୍କୀୟଙ୍କ ଫଟୋ ଦେଖାଉଛନ୍ତି । ତେବେ ସେମାନଙ୍କ ମୋବାଇଲ୍‌ ନମ୍ବସର ସହ ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯାଉଛି । କୌଣସି ବ୍ୟକ୍ତି ଏହି ବ୍ୟକ୍ତିଙ୍କ ସଂପର୍କରେ ଖବର ପାଇଲେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଉଛି ।

You Can Read :

wp:embed {"url":"https://www.prameyanews7.com/coromandel-express-derail-case-of-investigation-of-rail-accident-reached-supreme-court-demand-for-implementation/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coromandel-express-derail-case-of-investigation-of-rail-accident-reached-supreme-court-demand-for-implementation/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.