ନୂଆଦିଲ୍ଲୀ: ଲେବାନନ ରାଜଧାନୀ ବେରୁଟରେ ବଡ଼ ହମଲା କରିଛି ଇସ୍ରାଏଲ ସେନା । ମାତ୍ର ଏହି ଆକ୍ରମଣରେ ହିଜବୁଲ୍ଲାର ଜଣେ ବଡ଼ ଲିଡର ଅଳ୍ପକେ ବର୍ତ୍ତି ଯାଇଛି । ସମାଚାର ଏଜେନ୍ସି ରୟଟର୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବେରୁଟରେ ଆଇଡିଏଫ ଆକ୍ରମଣ କରିଥିଲା । ଏହି ହମଲା ଏକ ବଡ଼ ଅପରେସନର ଅଂଶ ଥିଲା । ଏଥିରେ ପ୍ରାୟ ୨୨ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣ ପରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି ।
ଇସ୍ରାଏଲ ଡିଫେନ୍ପ ଫୋର୍ସ ପକ୍ଷରୁ ହୋଇଥିବା ଏହି ଆକ୍ରମଣ ଗତ ଏକ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ହମଲା ବୋଲି କୁହାଯାଉଛି । ଇସ୍ରାଏଲର ରକେଟ୍ ମାଡ଼ରେ ଦୁଇ ବଡ଼ ବିଲ୍ଡିଂ ଧ୍ବଂସ ସ୍ତୁପରେ ପରିଣତ ହୋଇଛି । ପାଖାପାଖି ଦୁଇ ଡଜନ ଲୋକଙ୍କୁ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଏହାଛଡ଼ା ଦକ୍ଷିଣ ଲେବାନନରେ ରହୁଥିବା ଜାତିସଂଘର ଶାନ୍ତି ପ୍ରତିଷ୍ଠା ରକ୍ଷକଙ୍କ ଉପରେ ବିପଦ ବଢ଼ିଛି । ଯାହାକୁ ନେଇ ଜାତିସଂଘ ନିୟମ ଉଲ୍ଲଙ୍ଘନ ଏବଂ ଅସନ୍ତୁଷ୍ଟି ଦେଖିବାକୁ ମିଳିଛି ।
ଇସ୍ରାଏଲ ଏହି ଆକ୍ରମଣରେ ହିଜବୁଲ୍ଲା କମ୍ୟୁନିକେସନ ୟୁନିଟର ମୁଖ୍ୟ ଓ୍ବାଫିପ୍ ସାଫା ଟାର୍ଗେଟରେ ରହିଥିଲା । ହେଲେ ସେ ହମଲାରେ ବର୍ତ୍ତି ଯାଇଛି । ହିଜବୁଲ୍ଲାର ଅଲ୍ ମନାର ଟିଭିରେ ସ୍ପଷ୍ଟ ହୋଇଛି ଯେ, କମ୍ୟୁନିକେସନ ୟୁନିଟର ମୁଖ୍ୟ ଓ୍ବାଫିପ୍ ସାଫା ଇସ୍ରାଏଲ ରକେଟ୍ ମାଡ଼ରୁ ବଞ୍ଚି ଯାଇଛନ୍ତି । ଯେଉଁ ବିଲ୍ଡିଂକୁ ଟାର୍ଗେଟ କରାଯାଇଥିଲା, ସେଠାରେ ଓ୍ବାଫିପ୍ ସାଫା ନଥିଲା । ଇସ୍ରାଏଲ ପକ୍ଷରୁ ଗୁରୁବାର ଯେଉଁ ଆତ୍ମଘାତୀ ହମଲା ହୋଇଛି, ସେଥିରେ ଦୁଇଟି ଭିନ୍ନ ଭିନ୍ନ ବିଲ୍ଡିଂ ନଷ୍ଟ ହୋଇଛି । ଏହି ନରସଂହାରରେ ୨୨ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ଡଜନରୁ ଅଧିକ ଲୋକଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଏହଛଡ଼ା ଇସ୍ରାଏଲ ସେନା ଦକ୍ଷିଣ ଲେବାନନର ଥିବା ଜାତିସଂଘର ଶାନ୍ତି ସେନା ଉପରେ ଗୁଳିମାଡ଼ କରିଛି । ଏଥିରେ ବହୁ ସୈନିକ ଆହତ ହୋଇଛନ୍ତି । ଏହି ଘଟଣାକୁ ବହୁ ଦେଶ ନିନ୍ଦା କରିଛନ୍ତି ।