ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି, କଠୋର କାର୍ଯ୍ୟାନୁଷ୍ଠାନକୁ ବାରଣ

Published By : Prameya-News7 Bureau | February 25, 2025 IST

News7

ଭୁବନେଶ୍ୱର: ସିବିଆଇ ରେଡ୍‌ ପ୍ରସଙ୍ଗରେ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବିଷ୍ଣୁପଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନକୁ ବାରଣ କରିଛନ୍ତି କୋର୍ଟ। ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଯାଇଛି। ମାର୍ଚ୍ଚ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସିବିଆଇ ରେଡ୍‌କୁ ବିରୋଧ କରି ମାମଲା ଦାୟର ହୋଇଥିଲା।

କିଛି ଦିନ ତଳେ IAS ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ । ମୁଖ୍ୟ ଶାସନ ସଚିବଙ୍କୁ ନିଜର ଇସ୍ତଫା ପଠାଇଥିଲେ। ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇଆସିଛି। କିନ୍ତୁ ଆଜି ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ନିହାତି ଦୁର୍ଭାଗ୍ୟଜନକ। 

ଯାଞ୍ଚ ବ୍ୟୁରୋ ରେଡ୍ ତରିକା ଠିକ୍ ନଥିଲା ବୋଲି କହିଥିଲେ ବିଷ୍ଣୁପଦ ସେଠୀ । ବିନା FIRରେ କିପରି ମୋ ଘରେ ରେଡ୍ କରାଗଲା ସେ ପ୍ରଶ୍ନ କରିଥିଲେ। ସେ ଆହୁରି କହିଛନ୍ତି ଏସବୁ ଉଦ୍ଦେଶ୍ୟ ପ୍ରଣୋଦିତ। ଏସବୁରେ ଅତିଷ୍ଠ ହୋଇ ମୁଁ ଆଜି ମୋ ପଦରୁ ଇସ୍ତଫା ଦେଉଛି।  

ସୂଚନା ଥାଉକି, ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଥିଲା ସିବିଆଇ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ୮ ଜଣିଆ ଟିମ୍‌ର ଖୋଳତାଡ କରିଥିଲା। ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ରେଡ୍ କରାଯାଉଛି। ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଥିଲେ ଖୋଦ୍ ବିଷ୍ଣୁପଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.