ହାଇକୋର୍ଟ ବିଚାରପତିଙ୍କ ଦରମା କେତେ ? କ’ଣ କ’ଣ ମିଳିଥାଏ ସୁବିଧା...

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ ୨୨।୦୩: ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମା। ତାଙ୍କର ସରକାରୀ ବାସଭବନରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଆଉ ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ବିଚାରପତି କୌଣସି କାମରେ ବାହାରକୁ ଯାଇଥିଲେ। ତେବେ ଅଗ୍ନିକାଣ୍ଡ ଭିତରେ ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ, ସେମାନେ କିଛି ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

ବିଚାରପତିଙ୍କ ବାସଭବନରୁ କୋଟି କୋଟି ଟଙ୍କା ଉଦ୍ଧାର କରାଯାଇଥିଲା, ଯାହା ପରେ ସେ ତାଙ୍କ ଟ୍ରାନ୍‌ସଫର ପାଇଁ ସୁପାରିଶ କରିଥିଲେ। ଆଉ ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କ ବିରୋଧରେ ଏବେ ପ୍ରାଥମିକ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। 

ଗଣମାଧ୍ୟମ ଅନୁଯାୟୀ ତାଙ୍କ ଘରୁ ମିଳିଛି ବିପୁଳ ପରିମାଣର ଟଙ୍କା । କିନ୍ତୁ ଅଗ୍ନିଶମ ବିଭାଗର ମୁଖ୍ୟ ଦାବି କରିଛନ୍ତି ଯେ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଘରୁ କୌଣସି ଟଙ୍କା ମିଳିନି । ଯାହାପରେ ମାମଲା ଅଧିକ ଗମ୍ଭୀର ହୋଇଛି । 

ଏବେ ଏହି ବିଷୟ ଏତେ ଚର୍ଚ୍ଚାରେ ଯେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଜଣେ ହାଇକୋର୍ଟ କର୍ମଚାରୀ କେତେ ଦରମା ପାଆନ୍ତି? ୨୦୧୬ ମସିହାରେ ବିଚାରପତିମାନଙ୍କ ଦରମା ସଂଶୋଧନ କରାଯାଇଥିଲା ଐ ଯେଉଁଥିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିମାନେ ସାମିଲ ଥିଲେ। 

ନ୍ୟାୟ ବିଭାଗ ଅନୁଯାୟୀ, ଜଣେ ହାଇକୋର୍ଟ ବିଚାରପତିଙ୍କୁ ମାସିକ ୨ ଲକ୍ଷ ୨୫ ହଜାର ଟଙ୍କା ଦରମା ମିଳିଥାଏ । ଏହାବ୍ୟତୀତ ଅନେକ ସୁବିଧା ମିଳିଥାଏ। ଅବସର ପରେ ବିଚାରପତିମାନେ ମଧ୍ୟ ଭଲ ପେନସନ ପାଆନ୍ତି । ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନେ ବାର୍ଷିକ ୧୩ ଲକ୍ଷ ୫୦ ହଜାର ଟଙ୍କା ପେନସନ ଆକାରରେ ପାଆନ୍ତି। ପେନସନ ବ୍ୟତୀତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନେ ଗ୍ରାଚ୍ୟୁଇଟି ଭାବରେ ୨୦ ଲକ୍ଷ ଟଙ୍କା ମଧ୍ୟ ପାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.