ସମ୍ବଲପୁର ୧୦।୮: ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି । ଉପର ମୁଣ୍ଡରୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ କମିଥିବାରୁ ଗେଟ୍ ବନ୍ଦ କରାଯାଇଛି । ଫଳରେ ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦର ବାମ ପାର୍ଶ୍ବରେ ୨ଟି ଏବଂ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
wp:embed {"url":"https://www.prameyanews7.com/hirakud-dam-closed-4-sluice-gates-on-tuesday/","type":"wp-embed","providerNameSlug":"prameya-news-7"} /wp:embedସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କମୁଛି । ଯାହା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨ଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି ଜଳଭଣ୍ଡାର କର୍ତ୍ତୃପକ୍ଷ । ବାମପାର୍ଶ୍ବରୁ ୨ଟି ଏବଂ ଡାହାଣପାର୍ଶ୍ବରୁ ୨ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୪ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ଜାରି ରହିଥିଲା ।
wp:embed {"url":"https://www.prameyanews7.com/hirakud-dam-closed-4-sluice-gates-on-tuesday/","type":"wp-embed","providerNameSlug":"prameya-news-7"} /wp:embedଗୁରୁବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୬.୦୪ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୬୬ ହଜାର ୨୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ୧ ଲକ୍ଷ ୨୮ ହଜାର ୨୨୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
You Can Read :
wp:embed {"url":"https://www.prameyanews7.com/hirakud-dam-closed-4-sluice-gates-on-tuesday/","type":"wp-embed","providerNameSlug":"prameya-news-7"} /wp:embed