ହୀରାକୁଦରେ କମୁଛି ଜଳସ୍ତର, ୨୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

Published By : Prameya-News7 Bureau | August 26, 2024 IST

ସମ୍ବଲପୁର ୨୬।୦୮ : ହୀରାକୁଦ୍‌ରେ କମୁଛି ଜଳସ୍ତର । ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହୀରାକୁଦ୍‌ ଡ୍ୟାମ୍‌ରୁ ଜଳ ନିଷ୍କାସନ ଜାରି ରହିଛି । ଆଗକୁ ସ୍ଥିତି ଦେଖି ଗେଟ୍‌ ବନ୍ଦ କରାଯାଇପାରେ ବୋଲି ସୂଚନା ମିଳିଛି । 

ଖବର ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରକୁ ବର୍ତ୍ତମାନ ପ୍ରତି ସେକେଣ୍ଡ ପିଛା ୩ ଲକ୍ଷ ୧୦ ହଜାର ୩୨୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ପିଛା ୩ ଲକ୍ଷ ୫୪ ହଜାର ୫୧୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳସ୍ତର ଏବେ ସକାଳ ୬ଟା ସୁଦ୍ଧା ୬୨୧.୭୭ ଫୁଟ ରହିଛି । ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.