ନୂଆଦିଲ୍ଲୀ ୦୭।୦୨: ରୋହିତ୍ଙ୍କ କ୍ୟାପଟେନସିରେ ଟିମ୍ ଇଣ୍ଡିଆ କରିଛି ଦମଦାର୍ ପର୍ଫମାନ୍ସ । ୩ ମ୍ୟାଚ୍ ବିଶିଷ୍ଠ ଓ୍ବାନଡେ ସିରିଜ୍କୁ ୪ ଓ୍ବିକେଟ୍ରେ ଜିତିଛି ଟିମ୍ ଇଣ୍ଡିଆ । ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା ପ୍ରଥମ ଦିନିକିଆ । ଟିମ୍ ଇଣ୍ଡିଆ ଏକତରଫା ଭାବେ ବିଜୟ ହାସଲ କରି ୧-୦ରେ ରହିଛି ଆଗୁଆ ।
କିନ୍ତୁ ଅଧିନାୟକ ରୋହିତ ଶର୍ମା କରିଥିଲେ ନିରାଶ । ପୁଣି ବ୍ୟାଟିଂ ବିଫଳତାକୁ ନେଇ ଚର୍ଚ୍ଚାରେ ହିଟମ୍ୟାନ୍ । ମାତ୍ର ୨ ରନ୍ କରି ସଅଳ ଫେରିଥିଲେ ପ୍ୟାଭିଲିୟନ୍ । ଚାମ୍ପିଅନ୍ ଟ୍ରଫି ପୂର୍ବରୁ ରୋହିତଙ୍କ ଖରାପ ଫର୍ମ, ଟିମ୍ ମ୍ୟାନେଜମେଣ୍ଟ ପାଇଁ ପାଲଟିଛି ଏକ ବଡ ଟେନସନ୍ । ନାଗପୁରରେ ରୋହିତ ଖେଳିଥିଲେ ୭ଟି ବଲ୍ । କିନ୍ତୁ କରିପାରିଥିଲେ ମାତ୍ର ୨ ରନ୍ । ପାକିସ୍ତାନୀ ବଂଶୋଦ୍ଭବ ଦ୍ରୁତ ବୋଲର ସାକିବ ମହମୁଦ ରୋହିତଙ୍କୁ ନିଜର ଇନ୍ସ୍ବିଙ୍ଗର ବଲ୍ର ଜାଲରେ ଫସାଇଥିଲେ । ଆଉ କରିଥିଲେ କ୍ୟାଚ ଆଉଟ ।
ଗତ ୧୬ ଇନିଂସରେ ଅଧିନାୟକ ରୋହିତ ଶର୍ମାଙ୍କ ସ୍କୋର ୬,୫,୨୩,୮,୨,୫୨,୦,୮,୧୮,୧୧,୩,୬,୧୦,୩,୯,୨ ରହିଛି । ଏହି ସମୟ ମଧ୍ୟରେ ଅଧିନାୟକ ଲଗାଇ ପାରିଛନ୍ତି କେବଳ ଗୋଟିଏ ଅର୍ଦ୍ଧଶତକ । ଏହି ୧୬ ଇନିଂସରେ ସେ କେବଳ ଦୁଇଥର ୨୦ କିମ୍ବା ତା’ଠାରୁ ଅଧିକ ସ୍କୋର କରିପାରିଛନ୍ତି । ରୋହିତ ଶର୍ମା ୩ଟି ଫର୍ମାଟର ଶେଷ ୧୬ ଇନିଂସରେ କରିଛନ୍ତି କେବଳ ୧୬୬ ରନ୍ ।
ଏହି ସମୟ ମଧ୍ୟରେ ତାଙ୍କର ଆଭରେଜ୍ ରହିଥିଲା ମାତ୍ର ୧୦.୩୭ ଯାହା ବହୁତ ଖରାପ । ଯାହା ବର୍ତ୍ତମାନ ଚିନ୍ତା ବଢାଇଛି । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଓ୍ବାନଡେ ସିରିଜ୍ ପରେ ଖେଳିବ ଚାମ୍ପିଅନ୍ ଟ୍ରଫି । ଏହାରି ମଧ୍ୟରେ ହିଟମ୍ୟାନଙ୍କ ଖରାପ ଫର୍ମ ପାଲଟିଛି ଚିନ୍ତାର କାରଣ । ରୋହିତଙ୍କ ପାଖରେ ଏବେ ବି ୨ଟି ODI ମ୍ୟାଚ୍ ରହିଛି । ଯେଉଁଥିରେ ସେ ତାଙ୍କର ଶାନଦାର ଫର୍ମକୁ ଫେରି ପାଇପାରିବେ ।
ନାଗପୁର ଦିନିକିଆରେ ଇଂଲଣ୍ଡ ଟିମ୍ ଦେଇଥିଲା ୨୪୯ ରନର ଟାର୍ଗେଟ । ଜବାବରେ ଟିମ୍ ଇଣ୍ଡିଆ ୩୮.୪ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି । ଶୁଭମନ ଗିଲ ଏକ ଚମତ୍କାର ଶୈଳୀରେ ଏକ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ହାସଲ କରିଥିଲେ । ଗିଲ୍ ଶତକରୁ ବଞ୍ଚିତ ହୋଇଥିଲେ । ୯୬ ବଲରେ ଖେଳିଥିଲେ ୮୭ ରନର ଇନିଂସ । ଏହି ସମୟରେ ଗିଲ୍ ଲଗାଇଥିଲେ ୧୪ଟି ଚୌକା ।
ଏହାବ୍ୟତୀତ ଅକ୍ଷର ପଟେଲ ୪୭ ବଲରେ ୫୨ ରନର ଅପରାଜିତ ଇନିଂସ ଖେଳିଥିଲେ । ଗିଲ୍ ଏବଂ ଅକ୍ଷରଙ୍କ ମଧ୍ୟରେ ୧୦୭ ବଲ୍ରେ ୧୦୮ ରନ୍ର ପାର୍ଟନରସିପ୍ ହୋଇଥିଲା। ପୂର୍ବରୁ ଶ୍ରେୟସ ଆୟର ଏବଂ ଶୁଭମନ ଗିଲ ତୃତୀୟ ୱିକେଟ ପାଇଁ ୯୪ ରନର କରିଥିଲେ ଏକ ଚମତ୍କାର ଭାଗୀଦାରି । ଶ୍ରେୟସ ୩୬ ବଲରୁ ୫୯ ରନ୍ କରି ହୋଇଥିଲେ ଆଉଟ୍ । ଶ୍ରେୟସ ତାଙ୍କ ଇନିଂସରେ ୯ଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ । ଆଦିଲ ରସିଦ ଏବଂ ସାକିବ ମହମୁଦ ଟିମ୍ ଇଣ୍ଡିଆର ନେଇଥିଲେ ୨ଟି ଲେଖାଏଁ ୱିକେଟ । ଯେତେବେଳେ କି ଜୋଫ୍ରା ଆର୍ଚର ଏବଂ ଜାକବ ବେଥେଲ ନେଇଥିଲେ ମାତ୍ର ଗୋଟିଏ ଲେଖାଏଁ ଓ୍ବିକେଟ୍...