ମେଷ- କରିଥିବା ଭଲ କର୍ମର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତ ହେବ ।
ବୃଷ- ଧନ ହାନି ହୋଇପାରେ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କରିବେ । ଦମ୍ପତିଙ୍କ ପାଇଁ ଦିନଟି ମଧ୍ୟମ ଶୁଭ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି । ପରିଶ୍ରମର ଫଳ ନିଶ୍ଚୟ ପ୍ରାପ୍ତି ହେବ ।
ମିଥୁନ- ଧନ ପ୍ରାପ୍ତିର ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି କାଟିବ। ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କର୍କଟ- ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତୀର୍ଣ୍ଣ ହେବେ। ପ୍ରେମ ସମ୍ପର୍କ ନିବିଡ଼ ହେବ । ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବା ପାଇଁ ଦିନଟି ବହୁତ ଭଲ ରହିଛି ।
ସିଂହ- ନୂଆ ଚାକିରି ମିଳିପାରେ । ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ ।
କନ୍ୟା- ପରିବାରରେ ସୁଖ ସମ୍ମାନ ଲାଗି ରହିବ । ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ । ନୂତନ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବେ । ରାଜନୀତିରେ ଉଚ୍ଚ ପଦ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ନୂତନ କାର୍ଯ୍ୟରେ ମନୋନିବେଶ କରିବେ ।
ତୁଳା- ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଦିନଟି ଉତ୍ତମ ଫଳ ପ୍ରାପ୍ତ କରାଇବ । କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଲାଭଦାୟକ ରହିଛି । ଗୃହରେ କୌଣସି ଶୁଭ କାର୍ଯ୍ୟ ହେବ ।
ବିଛା- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ବିଦେଶ ଯାତ୍ରା ପାଇଁ ଦିନଟି ଖୁବ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ ।
ଧନୁ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।
ମକର- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ । ଆକସ୍ମିକ ଦୁଃଖ ଖବର ମିଳିପାରେ । ବ୍ୟୟ ବୃଦ୍ଧି ପାଇବ । ଦିନଟି ମଧ୍ୟମ ଫଳ ଦେବ । ଅଙ୍ଗରେ ଆଘାତ ଲାଗି ପାରେ ସତର୍କ ରୁହନ୍ତୁ ।
କୁମ୍ଭ- ଭାଗ୍ୟ ଆପଣଙ୍କର ସାଥ ଦେବ । ନୂତନ ବ୍ୟବସାୟର ଆରମ୍ଭ ପାଇଁ ଦିନଟି ବହୁତ ଭଲ ରହିଛି । ଆତ୍ମ ବିଶ୍ୱାସର ବୃଦ୍ଧି ଘଟିବ । ମିତ୍ରଙ୍କ ଦ୍ଵାରା କିଛି ଆୟର ସନ୍ଧାନ ମିଳିବ । ପାରିବାରିକ ଜୀବନରେ ଲାଗିଥିବା କଳହର ସମାପ୍ତି ଘଟିବ ।
ମୀନ- ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଦେଖିବାକୁ ମିଳିବ । ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟବସାୟରେ ଲାଭ ଯୋଗ ରହିଛି । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଳହ ଦେଖାଦେବାର ସମ୍ଭାବନା ଅଛି । ବିଦେଶ ଯାତ୍ରାର ଯୋଗ ରହିଛି।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682