ନୂଆଦିଲ୍ଲୀ ୧୩।୮: ୟୁନାଇଟେଡ ଆରବ ଏମିରେଟ (ୟୁଏଇ) ମହାକାଶଚାରୀ ସୁଲତାନ ଅଲ ନେୟାଦୀ, ଯିଏ ବର୍ତ୍ତମାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍) ଅନ୍ତରୀକ୍ଷ ମିସନରେ ଅଛନ୍ତି ସେ ମହାକାଶରୁ ହିମାଳୟର ଏକ ଆଶ୍ଚର୍ଯ୍ୟଜନକ ଫଟୋ ପଠାଇଛନ୍ତି। ଅଲ ନେୟାଦୀ ବରଫାବୃତ୍ତ ହିମାଳୟର ଫଟୋ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନ୍ରେ ସେ ‘ଅନ୍ତରୀକ୍ଷରୁ ହିମାଳୟ’ ବୋଲି ଉଲ୍ଲେଖ କରିଛନ୍ତି।
wp:html/wp:htmlThe Himalayas from space 🏔️
— Sultan AlNeyadi (@Astro_Alneyadi) August 12, 2023
Home to the Everest summit, the highest point above sea level on earth, these mountains are one of the iconic landmarks of our planet's rich nature. pic.twitter.com/DiQqz0L95b
ୟୁଏଇର ମହାକାଶ ଯାତ୍ରୀ ଅଲ ନେୟାଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏଥିରୁ ୨ଟି ଛବି ପୋଷ୍ଟ କରିଛନ୍ତି। ଉଭୟ ଛବିରେ ପାହାଡର ବିହଙ୍ଗମ ଦୃଶ୍ୟ ଦେଖାଯାଇପାରେ। ହିମାଳୟର ମନମୋହକ ଦୃଶ୍ୟ ଇଣ୍ଟରନେଟ୍ରେ ୟୁଜରଙ୍କୁ ଖୁସ୍ କରିଦେଇଛି। ଅଲ ନେୟାଦୀଙ୍କ ଏହି ଫଟୋକୁ ଏପର୍ଯ୍ୟନ୍ତ ୪୪ ହଜାରରୁ ଅଧିକବାର ଦେଖାଯାଇସାରିଲାଣି। ଏହି ଫଟୋକୁ ୬ଶହରୁ ଅଧିକ ଲାଇକ୍ ମିଳିଛି। ଅଲ ନେୟାଦୀ ଗତ ମେ ମାସରେ ମହାକାଶ ଯାତ୍ରା କରିଥିଲେ। ସେ ଏବେ ସେଠାରେ ୬ ମାସ ଲାଗି ଅବସ୍ଥାନ କରୁଛନ୍ତି।
ମେ ମାସରେ ସେ ମହାକାଶକୁ ପହଞ୍ଚିବା ପରେ ସେ ଦୁବାଇର ରାତ୍ରିକାଳୀନ ଦୃଶ୍ୟର ଫଟୋ ସେୟାର କରିଥିଲେ। ଏଥିରେ ସେ ଦୁବାଇର ପାମ ଜୁମେରାହ, ଜେବେଲ ଅଲି ଓ ଜୁମେରାହ ଭିଲେଜ ସର୍କଲ ସମେତ ଦୁବାଇର ଅନେକ ଆବାସିକ କ୍ଷେତ୍ରର ଫଟୋ ସେୟାର କରିଥିଲେ। ଏହାର କ୍ୟାପସନରେ ଦୁବାଇ ମହାକାଶରୁ ମଧ୍ୟ ଚମକୁଥିବା ତାରା ଭଳି ଦେଖାଯାଉଥିବା ଉଲ୍ଲେଖ କରିଥିଲେ।
wp:html/wp:htmlSay hello to the place that is a microcosm of the world 🌍
— Sultan AlNeyadi (@Astro_Alneyadi) June 30, 2023
our stunning #Dubai as seen from space✨️ pic.twitter.com/vEfZzrvDNU
ଅଲ ନେୟାଦୀଙ୍କ ଫଟୋରେ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହମଦାନବିନ ମୋହମ୍ମଦ ମଧ୍ୟ ଟ୍ୱିଟ୍ କରିଥିଲେ। ଦୁବାଇ କ୍ରାଉନ ପ୍ରିନ୍ସ ଅଲ ନେୟାଦୀଙ୍କ ଦ୍ୱାରା ନିଆଯାଇଥିବା ଦୁବାଇର ଫଟୋକୁ ‘ବିସ୍ମୟକାରୀ ଛବି’ ବୋଲି ଉଲ୍ଲେଖ କରିଥିଲେ। ସେ ଏହା ବି ଲେଖିଥିଲେ ଯେ ଏହି ଛବି ପୃଥିବୀ ଓ ଏହା ପରେ ଦେଶମାନଙ୍କର ଅସାଧାରଣ ଉପଲବ୍ଧିର ଚିତ୍ରକୁ ଉପସ୍ଥାପନ କରୁଛି।