‘ଦେବରା’ରେ ୧୦ ମିନିଟ ଅଭିନୟ ପାଇଁ କେତେ ଫି’ ନେଇଛନ୍ତି ଜାନଭୀ ? ଜାଣନ୍ତୁ...

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦।୦୯: ଧମାଲ୍‌ କରୁଛି ଦେବରା । ଫିଲ୍ମରେ NTRଙ୍କ ସହିତ ରୋମାନ୍ସ କରୁଛନ୍ତି ଜାନଭୀ କପୁର । ସେ ଏହି ଫିଲ୍ମ ଜରିଆରେ ଟଲିଉଡରେ କରିଛନ୍ତି ଡେବ୍ୟୁ । ଫିଲ୍ମରେ ଜାନଭୀ ଥୋଙ୍ଗମ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ତାଙ୍କୁ ମିଳିଛି ବହୁତ କମ୍‌ ସିନ୍‌ । ପୂରା ଫିଲ୍ମରେ ଜାନଭୀଙ୍କର ରହିଛି ମାତ୍ର ୧୦ ମିନିଟ୍ର ସିନ୍‌ । କିନ୍ତୁ ଜାଣନ୍ତି କି ଏହି ୧୦ ମିନିଟ ପାଇଁ କେତେ ଫି ନେଇଛନ୍ତି ଜାନଭି ?  ଆସନ୍ତୁ ଜାଣିବା... 

କିଛି ରିପୋର୍ଟ ଅନୁଯାୟୀ ଏହି ୧୦ ମିନିଟର ସ୍କ୍ରିନ ପାଇଁ ଜାନଭୀଙ୍କୁ ମିଳିଛି ୫ କୋଟି ଟଙ୍କା । ଏବେ ପ୍ରଶ୍ନ ଆସୁଛି ବିଗ ବଜେଟ୍‌ ଫିଲ୍ମରେ ଅଭିନୟ କରୁଥିବା ଜାନଭୀ କାହିଁକି ଏକ ଛୋଟ ଭୂମିକାରେ ଅଭିନୟ କରିଛନ୍ତି । ବାସ୍ତବରେ, ଜୁନିଅର NTRଙ୍କ ଦେବରାର ଆସିବ ୨ୟ ଭାଗ । ନିର୍ଦ୍ଦେଶକ ଫିଲ୍ମର ଆଣିଛନ୍ତି ପ୍ରଥମ ଭାଗ । ଆଗକୁ ଆସିବ ଦ୍ବିତୀୟ ଭାଗ ।

ତେବେ ସାଉଥ୍ ଫିଲ୍ମ ଦୁଇଟି ଭାଗରେ ରିଲିଜ୍ ହୋଇଥିଲେ ମଧ୍ୟ ଅଧିକାଂଶ କଳାକାରଙ୍କୁ ଉଭୟ ଫିଲ୍ମ ପାଇଁ ମିଳିଥାଏ ଫି । ଏହି କାରଣରୁ ଜାନଭୀ ଫିଲ୍ମ ପାଇଁ ୫ କୋଟି ଟଙ୍କା ନେଇଛନ୍ତି । ସେ ଦେବରା ପାର୍ଟ-୨ରେ ନିଜର ଅଭିନୟର ଯାଦୁ ଦେଖାଇବେ । ଏଖିପାଇଁ ତାଙ୍କୁ ଅଲଗା ମିଳିବ ଫି । ତେବେ ଉଭୟ ଫିକୁ ମିଶାଇଲେ ବିଗ୍‌ ବଜେଟ୍‌ ହୋଇଯିବ ନିଶ୍ଚିତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.