ନୂଆଦିଲ୍ଲୀ ୧୧।୧୧: ଆପଣ ବି ନକଲି ଡାଲଚିନି ଖାଉନାହାନ୍ତି ତ ? ବଜାରରୁ ଡାଲଚିନି ଆଣିବା ପୂର୍ବରୁ ଥରେ ପରୀକ୍ଷା କରି ନିଅନ୍ତୁ । ଯଦି ଏହା ନକଲି ହୋଇଥାଏ, ଆପଣଙ୍କ ପାଇଁ ଘାତକ ସାଜିପାରେ । ଆପଣ ଘରକୁ ଆଣୁଥିବା ଡାଲଚିନି ନକଲି କି ଅସଲି, କେମିତି ଚିହ୍ନିବେ ? ଆସନ୍ତୁ ଜାଣିବା...
ଡାଲଚିନି ଏପରି ଏକ ମସଲା । ଯାହା ପ୍ରତ୍ୟକ ଭାରତୀୟଙ୍କ ରୋଷେଇ ଘରେ ଦେଖିବାକୁ ମିଳେ । ଏହା କେବଳ ସ୍ୱାଦ ଏବଂ ସୁଗନ୍ଧ ପାଇଁ ଜଣାଯାଏ ତା ନୁହେଁ, ଏହା ସ୍ୱାସ୍ଥ୍ୟ ଉପକାର ପାଇଁ ମଧ୍ୟ ଖୁବ୍ ଜଣାଶୁଣା । ଏହି ମସଲା ରକ୍ତରେ ଶର୍କରା ନିୟନ୍ତ୍ରଣ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହା ନିଜର ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଜଣାଶୁଣା । ତେବେ ଗତ କିଛି ବର୍ଷ ହେବ ଡାଲଚିନି ନାଁରେ ଚାଲିଛି ଠକେଇ । ଭାରତର କୋଟିକୋଟି ଲୋକ ଏହି ଠକେଇର ହେଉଛନ୍ତି ଶିକାର ।
ବାସ୍ତବରେ ଆପଣ ଯାହାକୁ ଡାଲଚିନି ଭାବି ବର୍ଷବର୍ଷ ଧରି ଖାଉଛନ୍ତି ଏହା ଅସଲି ଡାଲଚିନି ନୁହେଁ । ଏହାକୁ "କାଷ୍ଟର ସେଲ" (କ୍ୟାସିୟା) କୁହାଯାଏ । ରୂପ, ଗନ୍ଧ ଏବଂ ସ୍ୱାଦରେ ଏହା ଡାଲଚିନି ସହିତ ସମାନ । କିନ୍ତୁ ଏହା ଡାଲଚିନି ନୁହେଁ । ଏହାକୁ ଖାଇ ଅନେକ ହୋଇପାରନ୍ତି ଗୁରୁତର ଅସୁସ୍ଥ । ବଜାରରେ ଏହାର ମୂଲ୍ୟ ଡାଲଚିନି ଠାରୁ ବହୁତ କମ୍ ।
"କାଷ୍ଟର ସେଲ୍" ଏବଂ ଅସଲି ଡାଲଚିନି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଉଭୟ ଭିନ୍ନ ଗଛରୁ ମିଳିଥାଏ । କାଷ୍ଟର ସେଲ ଗଛ ଡାଲଚିନି କାସିଆ ଗଛରୁ ଆସିଥାଏ । ସେହିପରି ଅସଲି ଡାଲଚିନି ଡାଲଚିନି ଭେରମ୍ ଗଛରୁ ଆସିଥାଏ । ଏହାବ୍ୟତୀତ ଉଭୟଙ୍କର ରାସାୟନିକ ଗୁଣରେ ପାର୍ଥକ୍ୟ ରହିଛି । ବିଶେଷ ଭାବରେ କୁମରିନ୍ ପରିମାଣରେ ରହିଛି ପାର୍ଥ୍ୟକ୍ୟ । କାଷ୍ଟୋର ସେଲରେ କୁମରିନର ପରିମାଣ ବହୁତ ଅଧିକ ରହିଥାଏ । କିନ୍ତୁ ଅସଲି ଡାଲଚିନିରେ କୁମରିନର ମାତ୍ରା ବହୁତ ଅଧିକ ରହିଥାଏ ।
କୁମରିନ୍ ହେଉଛି ଏକ ପ୍ରକାର ରାସାୟନିକ ଯୌଗିକ । ଯାହା ସାଧାରଣତଃ ଜଡିବୁଟି ଏବଂ ମସଲାରେ ମିଳିଥାଏ । ଏହାର ଅତ୍ୟଧିକ ପରିମାଣ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ଯକୃତ ଏବଂ କିଡନୀ ସମସ୍ୟା ହୋଇପାରେ । ଏହାବ୍ୟତୀତ ଏହାକୁ ଅଧିକ ଦିନ ଖାଇବା ଦ୍ୱାରା କର୍କଟ ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ ।
ଯଦି ପ୍ୟାକେଟ୍ ଡାଲଚିନି କିଣୁଛନ୍ତି ତେବେ ପ୍ୟାକେଟରେ ଲେଖାଥିବ ସିନାମନ୍ । ଯଦି ଏହା ନକଲି ହୋଇଥିବ ତେବେ ସେଥିରେ କ୍ୟାସିୟା ଲେଖା ହୋଇଥିବ । ଯଦି ଖୋଲା ଡାଲଚିନି କିଣୁଛନ୍ତି ତେବେ ଏହାର ଚୋପା ଦେଖି ଆପଣ ଚିହ୍ନିପାରିବେ । ଏହାବ୍ୟତୀତ ଏହାର ରଙ୍ଗ ଏବଂ ସୁଗନ୍ଧରୁ ମଧ୍ୟ ଏହାର ଅସଲି ଡାଲଚିନିର ଚିହ୍ନଟ କରିପାରିବେ ।