କଟକ ୧୫।୧୨: କଟକ ପରମହଂସ ନିକଟ କାଠଯୋଡ଼ି ପଠାରେ ମହିଳାଙ୍କୁ ହତ୍ୟା ଘଟଣାରେ ନୂଆ ମୋଡ଼ । ମିଳିଲା ମୃତ ମହିଳାଙ୍କ ପରିଚୟ । ମୃତ ମହିଳା ଜଣକ କେନ୍ଦ୍ରାପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । କିନ୍ତୁ ଏସବୁ ଭିତରେ ସବୁଠୁ ବଡ଼ କଥା ମହିଳାଙ୍କ ପଛରେ ସ୍ବାମୀଙ୍କ ହାତ ରହିଛି । ହତ୍ୟାକାରୀ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ମୃତ୍ୟୁର କାରଣ ପୋଲିସ ସ୍ପଷ୍ଟ କରିନାହିଁ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ ପୋଲିସ କମିଶନର ।
ସୂଚନାଯୋଗ୍ୟ ଯେ, କଟକ ପରମହଂସ କାଠଯୋଡି ପଠାରେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ମହିଳାଙ୍କ ପରିଚୟ ପାଇନଥିଲା ପୋଲିସ । ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲା । ମହିଳାଙ୍କ ହାତରେ ଲେଖାଥିବା ଓମ୍ ବାବା ବଳିଆ ଓ ପିତା ମାତା ଲେଖାକୁ ନେଇ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଥିଲା ପୋଲିସ । ପରିଚୟ ଜାଣିବାକୁ ପୋଲିସ ବାବା ବଳିଆ ଆଶ୍ରମକୁ ଯାଇ ମହିଳାଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ଆରମ୍ଭ କରିଥିଲା । ପରିଚୟ ଖୋଜିବା ପାଇଁ ମହିଳାଙ୍କ ଫିଙ୍ଗରପ୍ରିଣ୍ଟରୁ ଆଧାର ସହ ଯୋଗକରାଯିବ ବୋଲି ଡିସିପି ଜଗମୋହନ ମୀନା କହିଥିଲେ । ଏଥିସହ ପରିଚୟ ପାଇଁ ପୋଲିସ କଟକ ନିକଟବର୍ତ୍ତୀ ଜିଲ୍ଲାକୁ ଅବଗତ କରିଥିଲା ପୋଲିସ । ତେବେ ମହିଳାଙ୍କ ହାତରେ ବାବା ବଳିଆ ଲେଖା ଥିବାରୁ ସେ ଜଗତସିଂହପୁର ଜିଲ୍ଲାର ବୋଲି ସନ୍ଦେହ କରାଯାଉଥିଲା । ଏଥିସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଲାଗୁଥିବା ବିଭିନ୍ନ ସିସିଟିଭି କ୍ୟାମେରାର ଯାଞ୍ଚ ଆରମ୍ଭ କରିଥିଲା ଏକ ଟିମ୍ । ତେବେ ମହିଳାଙ୍କ ପରିଚୟ ପାଇବା ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଥିବା ବେଳେ ପୋଲିସ ମହିଳାଙ୍କ ପରିଚୟ ପାଇଛି । ମୃତ ମହିଳା ଜଣକ କେନ୍ଦ୍ରାପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । କିନ୍ତୁ ହତ୍ୟାକାରୀ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।
You Cam Read:
ଟ୍ରେନ୍ରେ ଚଢ଼ିବା ବେଳେ ଖସିପଡ଼ିଲେ, ଚାଲିଗଲା ଦୁଇ ମହିଳାଙ୍କ ଜୀବନ