ପୁଣି ଆଠଗଡରେ ହାତୀ ମୃତ୍ୟୁ, ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | March 02, 2025 IST

ଆଠଗଡ ୦୨/୦୩: ଆଠଗଡ ବନଖଣ୍ଡରେ ଅସୁରକ୍ଷିତ ହାତୀ ।  ପୁଣି ସାମ୍ନାକୁ ଆସିଛି ହାତୀ ମୃତ୍ୟୁ ଖବର । ଆଠଗଡ ରେଞ୍ଜର କନ୍ଦରପୁର କେନ୍ଦୁଟୋକୋଲି ନିକଟରେ ଏକ ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ଦିନ ଧରି ହାତୀର ମୃତଦେହ କୂଅର ପଡିଥିଲା । ତେବେ କୂଅରୁ ପାଣି ଶୁଖିବା ପରେ ହାତୀର ଗଳିତ ମୃତଦେହ ଦେଖିବାକୁ ମିଳିଛି । ଚନ୍ଦକା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ହାତୀଟି ଏହି ରାସ୍ତା ଦେଇ ଆସିଥିବାବେଳେ କୂଅରେ ଗଳି ପଡିଥିବା ସନ୍ଦେହ କରାଯାଉଛି । ଖବର ପାଇ ଆଠଗଡ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ମୃତ୍ୟୁ ହେଉଛି  ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷର ଜୀବନ ଯାଉଛି । ହେଲେ ଏହି ବିଶାଳ ଜନ୍ତୁର ସୁରକ୍ଷା ଆମ ପରିବେଶ ସନ୍ତୁଳନ ପାଇଁ ନିହାତି ଦରକାର । କିନ୍ତୁ ଆଶ୍ଚର୍ଯ୍ୟର କଥା ଗତ କିଛି ବର୍ଷ ଭିତରେ ଓଡ଼ିଶାରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ ହାର । ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ଦିନେ ହାତୀ ବଂଶ ପାଇଁ ଗର୍ବିତ ଥିବା ଓଡ଼ିଶା ଏବେ ହାତୀ ମାନଙ୍କ ସମାଧି ସ୍ଥଳ ପାଲଟିବାକୁ ଯାଉଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.