IPL 2024: କ୍ୟାପଟେନ୍ସି ମିଳିବା ପରେ ରୋହିତଙ୍କ ସହ କଥା ହୋଇଛନ୍ତି କି ? ହାର୍ଦ୍ଦିକଙ୍କ ଜବାବ ଶୁଣି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | March 18, 2024 IST

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟ ଦାୟିତ୍ୱ ତୁଲାଉଥିବା ନଜର ଆସିବେ । ରୋହିତ ଶର୍ମାଙ୍କ କ୍ୟାପ୍‌ଟେନ୍ସିରେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୫ରୁ ୨୦୨୧ ଯାଏ ହାର୍ଦ୍ଦିକ ମୁମ୍ୱାଇ ଇଣ୍ଡିଆନ୍ସ ଟିମର ସଦସ୍ୟ ଥିଲେ । ଏହାପରେ ୨୦୨୨ ଏବଂ ୨୦୨୩ରେ ସେ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟ ଆସନ୍ତା ସିଜିନ୍ ପାଇଁ ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍‌କୁ ଫେରିଛନ୍ତି । ଏହାସହ ତାଙ୍କୁ ଟିମ୍‌ର ନୂଆ କ୍ୟାପ୍ଟେନ କାରଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍‌ଟେନ୍ସିରେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ର ଟାଇଟଲ୍ ଜିତିଥିଲା ଏବଂ ୨୦୨୩ରେ ସେ ବି ଗୁଜରାଟ ଅଧିନାୟକ ରହିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୁଖ୍ୟ କୋଚ୍ ମାର୍କ ବାଉଚର ମିଳିତ ଭାବେ ଆଇପିଏଲ ୨୦୨୪ ପୂର୍ବରୁ ପ୍ରଥମ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ସେ ରୋହିତ୍ ଶର୍ମାଙ୍କୁ ନେଇ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ମୁମ୍ୱାଇ ଇଣ୍ଡଆନ୍ସର କ୍ୟାପଟେନ୍ସି ମିଳିବା ପରେ ସେ ରୋହିତ ଶର୍ମାଙ୍କ ସହ କଥା ହୋଇ ଥିଲେ କି, ଏହାର ଜବାବ କିଛି ଏପରି ଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ପଢନ୍ତୁ: ଏଥର ଆଠଟି ଭାଷାରେ ହେବ IPL କମେଣ୍ଟ୍ରି, ବାଦ୍ ପଡିଲା ଓଡିଆ ଭାଷା

ପ୍ରଶ୍ନର ଜବାବ ଦେଇ ପାଣ୍ଡ୍ୟା କହିଥିଲେ, 'ହଁ ଏବଂ ନା ମଧ୍ୟ...ସେ ଲଗାତାର ଟ୍ରାଭେଲ୍ କରୁଥିଲେ ।' ହାର୍ଦ୍ଦିକଙ୍କୁ ରୋହିତଙ୍କ ସ୍ଥାନରେ କ୍ୟାପଟେନ୍ସି କରାଯିବାକୁ ନେଇ ପ୍ରଶ୍ନ କରାଯାଇଥିଲା, ଏହାର ଜବାବରେ ସେ କହିଥିଲେ, 'ରୋହିତ ଶର୍ମା, ଇଣ୍ଡିଆ ଟିମର ଅଧିନାୟକ ଅଟନ୍ତି, ଯେଉଁଥିରୁ ମୋତେ ଲାଭ ମିଳିବ । ଏହି ଟିମ୍ ଯାହା କିଛି ହାସଲ କରିଛି, ରୋହିତ୍ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ହାସଲ କରିଛି, ମୁଁ କେବଳ ଏହି ଯାତ୍ରାକୁ ଆଗକୁ ନେଇ ଯିବ, ମୁଁ ନିଜ ପୂରା କ୍ୟାରିୟର ତାଙ୍କ ଅଧିନାୟକତ୍ୱରେ ଖେଳିଛି । ମୁଁ ଜାଣିଛି ଯେ ସବୁବେଳେ ମୋ କାନ୍ଧରେ ତାଙ୍କ ହାତ ରହିବ ।'

ମାର୍କ ବାଉଚରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ରୋହିତ୍ ଶର୍ମା ଜଣେ ବ୍ୟାଟର ରୂପେ କ୍ୟାପ୍ଟେନ୍ସି ଚାପରୁ ହଟିବା ପରେ ପୂର୍ବଅପେକ୍ଷା ଭଲ୍ ପ୍ରଦର୍ଶନ କରିବେ ?  ଏହା ଉପରେ ମାର୍କ କହିଥିଲେ, 'ମୁଁ ନିକଟ ଅତୀତରେ ଇଂଲଣ୍ଡ ବିପକ୍ଷରେ ତାଙ୍କ ବ୍ୟାଟିଂକୁ ଦେଖୁଥିଲି, ସେ ବହୁତ ଭଲ ଭାବରେ ବଲକୁ ହିଟ୍ କରୁଥିଲେ । ରୋହିତଙ୍କ ଉପରେ କ୍ୟାପ୍ଟେନସିର ଚାପ ରହିବ ନାହିଁ ଏବଂ ସେ ନିଜ ଖେଳ ଖେଳିବା ପାଇଁ ସ୍ୱାଧୀନତା ରହିବ । ଯଦି ସେ ଏପରି କରନ୍ତି ତେବେ ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ଅନେକ ଆଗକୁ ଯାଇପାରିବ ।'

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.