ପ୍ରଥମ ଥର ମୋଦି ସରକାରଙ୍କ ବଡ ଘୋଷଣା, ୧କୋଟି କର୍ମଚାରୀ ପାଇବେ ID କାର୍ଡ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୧/୨: ବଜେଟରେ ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର  ୧କୋଟି କର୍ମଚାରୀଙ୍କୁ ମିଳିବ ପରିଚୟ ପତ୍ର । ଏହା ସହ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜିକରଣ କରାଯିବ । କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସହରୀ ଶ୍ରମିକଙ୍କ ସାମାଜିକ,ଆର୍ଥିକ ପାଇଁ ସବୁ ପଦକ୍ଷେପ ନିଆଯିବ । ଯାହାର ଫାଇଦା ବିଗ୍ ବାସ୍କେଟ,ଆାମାଜନ, ଫ୍ଲିପକାର୍ଟ,ଜୋମାଟୋ,ଜେପ୍ଟ ଓ ସ୍ବିଗି ଭଳି କଂପାନୀରେ ଡେଲିଭରି କରୁଥିବା କର୍ମଚାରୀ ଲାଭ ପାଇବେ । 

ତେବେ ପ୍ରଥମ ଥର ପାଇଁ ମୋଦି ସରକାର ଏହି ଗିଗ ୱାର୍କସଙ୍କୁ ବଡ ଉପହାର ଦେଇଛନ୍ତି । ଏହି କର୍ମଚାରୀଙ୍କୁ ମିଳିବ ପରିଚୟ ପତ୍ର । ବର୍ତ୍ତମାନ ସମୟରେ ଡେଲିଭରୀ ବୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବଜେଟରେ ବଡ ଘୋଷଣା କରାଯାଇଛି । ଆଗାମୀ ଦିନରେ ଶ୍ରମ ମନ୍ତ୍ରାଳୟ ୧୦କୋଟି ରେଜିଷ୍ଟ୍ରେସନ କରିବାକୁ ଯାଉଛି । 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.