Budget 2025 : ରାଜନାଥ, ଅମିତ ଶାହ, ଗଡ଼କରୀ ନା ଶିବରାଜ କାହା ମନ୍ତ୍ରାଳୟକୁ ମିଳିଛି ସବୁଠୁ ଅଧିକ ଟଙ୍କା?

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୫-୨୬ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ଭାରତର ପ୍ରତିରକ୍ଷା କ୍ଷେତ୍ର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଚଳିତ ଥର ରକ୍ଷା ବଜେଟରେ ୩୬,୯୫୯ କୋଟି ଟଙ୍କା ବଢାଇ ଦିଆଯାଇଛି। ତେବେ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ଆଇଟି ଓ ଟେଲିକମ ବଜେଟ ଏଥର ହ୍ରାସ କରାଯାଇଛି। ୨୦୨୪ରେ ରାଜନାଥଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ବଜେଟ୍ ୪୫,୪୭୭୩କୋଟି ଟଙ୍କା ଥିଲା। ଏଥର ଏହାକୁ ବଢାଇ ୪୯,୧୭୩୨ କୋଟି କରିଦିଆଯାଇଛି। 

ସେହିପରି ଶିବରାଜ ସିଂହଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ୨୦୨୪ ମସିହାରେ ୨୬୫୮୦୮ କୋଟି ଟଙ୍କା ବଜେଟ ଦିଆଯାଇଥିଲା। ଚଳିତ ବଜେଟରେ ଆଉ ୧୦୦୯କୋଟି ଟଙ୍କା ବଢାଇ ୨୬,୬,୮୧୭ କରି ଦିଆଯାଇଛି। ସେହିପରି ଅମିତ ଶାହଙ୍କ ଗୃହମନ୍ତ୍ରାଳୟ ବଜେଟ୍ ୨୦୨୪ ତୁଳନାରେ ୨୧,୯,୬୪୩ କୋଟିରୁ ବଢି ୨୩,୩,୨୧୧ କୋଟି କରିଦିଆଯାଇଛି। କୃଷି ମନ୍ତ୍ରାଳୟ ବଜେଟ୍ ରେ ଏଥର ୧୯,୫୮୬ କୋଟି ବଢାଇ ଏହାକୁ ୧୭,୧,୪୩୭ କୋଟି କରି ଦିଆଯାଇଛି। 

ଶିକ୍ଷା ବଜେଟକୁ ୧୨,୮,୬୫୦ କୋଟି କରିଦିଆଯାଇଛି। ଅଶ୍ୱିନୀ ବୈଷ୍ଣବଙ୍କ ରେଳ ମନ୍ତ୍ରାଳୟ ବଜେଟ ୨.୫୫ଲକ୍ଷ କୋଟି ଟଙ୍କା କରାଯାଇଛି। ଏଥିରେ ନିତିନ ଗଡ଼କରୀଙ୍କ ମନ୍ତ୍ରାଳୟ ସଡ଼କ ପରିବହନ ମନ୍ତ୍ରାଳୟକୁ ୨.୮୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଜେ.ପି.ନଡ୍ଡାଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବଜେଟ୍ ୨୦୨୪ରେ ୮,୯,୨୮୭ କୋଟି ଟଙ୍କା ଥିଲା। ଏହାକୁ ୨୦୨୫ରେ ବଢାଇ ୯,୮,୩୧୧ କୋଟି ଟଙ୍କା କରାଯାଇଛି। ତେବେ ଆଇଟି ଓ ଟେଲିକମ ମନ୍ତ୍ରାଳୟ ବଜେଟ୍ ରେ ୨୧୦୪୪କୋଟି ଟଙ୍କା ହ୍ରାସ କରାଯାଇଛି। ୨୦୨୪ରେ ମନ୍ତ୍ରାଳୟର ବଜେଟ୍ ୧୧୬୩୪୨ କୋଟି ଟଙ୍କା ଥିଲା। ଏହାକୁ ହ୍ରାସ କରି ୯୫୨୯୨କୋଟି କରାଯାଇଛି। 

ଶକ୍ତି ମନ୍ତ୍ରାଳୟ ନିମନ୍ତେ ବଜେଟକୁ ୬୮୭୬୯ରୁ ବଢାଇ ୮୧୧୭୪କୋଟି କରାଯାଇଛି। କମର୍ସ ଇଣ୍ଡଷ୍ଟ୍ରି ନିମନ୍ତେ ବଜେଟ ୪୭୫୫୯କୁ ବଢାଇ ୬୫୫୫୩କୋଟି ଟଙ୍କା କରିଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କିଷାନ କ୍ରେଡିଟ କାର୍ଡ ସୀମାକୁ ୩ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି। ଏହି ବଜେଟରେ ଛାତ୍ରଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ସୀତାରମଣ ଆଇଆଇଟିରେ ୬,୫୦୦ ଓ ମେଡିକାଲରେ ୭୫ହଜାର ସିଟ୍ ବଢିବ ବୋଲି ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.