ଚନ୍ଦ୍ରଯାନ-୩ ଯଦି ଚନ୍ଦ୍ରପୃଷ୍ଠରେ ଖୋଜି ଦିଏ ଜଳ, ବିଶ୍ୱରେ ଭାରତକୁ ଅନୁସରଣ କରିବେ ସବୁ ଦେଶ

Published By : Prameya-News7 Bureau | August 22, 2023 IST

ନୂଆଦିଲ୍ଲୀ ୨୨।୮: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଉପରେ ଏବେ ସାରା ବିଶ୍ୱର ନଜର। ଯଦି ଲ୍ୟାଣ୍ଡର ମଡ୍ୟୁଲ ସଫଳତାର ସହ ଲ୍ୟାଣ୍ଡିଂ କରିଯାଏ ତେବେ ବିଶ୍ୱରେ ଭାରତ ପ୍ରଥମ ଦେଶ ହେବ ଯିଏ ଚନ୍ଦ୍ରର ସେହି ଭାଗର ଅନୁସନ୍ଧାନ କରିବ ଯେଉଁଭାଗକୁ ଏପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି। ଏହା ସହ ଚନ୍ଦ୍ରଯାନ-୩ ଯେଉଁ ସବୁ ଅନୁସନ୍ଧାନ ଚଳାଇବ ତାହା ସାରା ବିଶ୍ୱ ନିମନ୍ତେ ଉଦାହରଣ ପାଲଟିବ। ଏଥିରେ ପ୍ରଥମ ଅନୁସନ୍ଧାନ ହେବ ପାଣି, ଯାହାର ଉପସ୍ଥିତି ଚନ୍ଦ୍ରରେ ଥିବାର ପ୍ରମାଣ ତ ମିଳିଛି ହେଲେ ଏ ପର୍ଯ୍ୟନ୍ତ ଏହାର ପୁଷ୍ଟି ହୋଇ ନାହିଁ।

ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କାହିଁକି ଜରୁରୀ ? ଯଦି ନହୁଏ ତେବେ କଣ ହେବ, ଜାଣନ୍ତୁ ସବୁ କିଛି

ଏବେ ଯଦି ବୁଧବାର ଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନ-୩ ଏହାର ପୁଷ୍ଟି କରିଦିଏ ତେବେ ବିଶ୍ୱର ସମସ୍ତ ଅନ୍ତରୀକ୍ଷ ସଂସ୍ଥାନଙ୍କ ସହିତ ଆମେରିକାର ନାସା ମଧ୍ୟ ଭାରତର ଇସ୍ରୋକୁ ସାଲ୍ୟୁଟ କରିବେ।  ୨୩ ଅଗଷ୍ଟ ବୁଧବାର ଚନ୍ଦ୍ରଯାନ-୩ ସନ୍ଧ୍ୟା ୬ଟା ବାଜି ୪ ମିନିଟ୍‌ରେ ଚନ୍ଦ୍ରରେ ଅବତରଣ କରିବ। ଲ୍ୟାଣ୍ଡର ମଡ୍ୟୁଲର ଲ୍ୟାଣ୍ଡିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ୧୫ରୁ ୨୦ ମିନିଟ୍‌ ସମୟ ଲାଗିପାରେ। ସାରା ବିଶ୍ୱର ନଜର ଏବେ ଏହା ଉପରେ। ତେବେ ସବୁଠୁ ଯାହା ବଡ଼ କଥା ତାହା ହେଉଛି ଭାରତର ଚନ୍ଦ୍ରଯାନ-୩ଚନ୍ଦ୍ରଙ୍କ ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡ କରିବ।

{"id":834386,"width":838,"height":472,"sizeSlug":"full","linkDestination":"none"}

ଚନ୍ଦ୍ରଙ୍କ ଏହି ଅଞ୍ଚଳକୁ ନେଇ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ ଅଜ୍ଞ, କୌଣସି ଦେଶର କୌଣସି ରୋଭର ଏପର୍ଯ୍ୟନ୍ତ ଚନ୍ଦ୍ରର ଏହି ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ଋଷିଆ ଓ ଆମେରିକା ଭଳି ଦେଶମାନେ ଅନେକ ସମୟରୁ ଚନ୍ଦ୍ରଙ୍କର ଏହି ଅଞ୍ଚଳକୁ ପ୍ରବେଶ ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ଏଠାକୁ ପହଞ୍ଚି ନାହାନ୍ତି। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅଛି କ’ଣ? ଏଣୁ ସାରା ବିଶ୍ୱର ନଜର ଏବେ ଭାରତର ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ଉପରେ ନିବଦ୍ଧ ହୋଇଛି।

କେବଳ ସୂଚନା ନୁହେଁ, ଭାରତକୁ ହଜାର ହଜାର କୋଟିର ବ୍ୟବସାୟ ଦେବ ଚନ୍ଦ୍ରଯାନ, ମୁନ୍ ଇକୋନମିରେ ଧାକ୍ ଜମାଇବେ ISRO

ତେବେ ବୈଜ୍ଞାନିକ ଭାବନ୍ତି ଚନ୍ଦ୍ରଙ୍କ ଦକ୍ଷିଣ ଧ୍ରୁବ ପୃଥିବୀର ଦକ୍ଷିଣ ଧ୍ରୁବର ଆଣ୍ଟାର୍କଟିକା ଭଳି। ଅର୍ଥାତ ଏହି ଅଞ୍ଚଳ ବିଲକୁଲ ଥଣ୍ଡା। ଏଥିରେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସାଙ୍କ ଅନୁସାରେ ଅର୍ବିଟରର ଯେଉଁ ପରୀକ୍ଷଣ କରାଯାଇଛି ସେହି ଆଧାରରେ ଏହା କୁହାଯାଇପାରେ ଯେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପ୍ରଚୁର ପରିମାଣରେ ବରଫ ରହିଛି। ଯଦି ସେଠାରେ ବରଫର ପ୍ରମାଣ ମିଳିଛି ନିଶ୍ଚିତ ପାଣି ଥାଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏଠାରେ ପାଣି ଥାଏ ତେବେ ଜୀବନର ସମ୍ଭାବନା ମଧ୍ୟ ଥାଇପାରେ। ଏଣୁ ଚନ୍ଦ୍ରଙ୍କ ଦକ୍ଷିଣ ଧ୍ରୁବର ଗୁରୁତ୍ୱ ସାରା ବିଶ୍ୱ ଲାଗି ବହୁତ ଅଧିକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.