‘ମୋର ପ୍ରଥମ କାମ, ରୋହିତଙ୍କୁ ପ୍ରତିଦିନ ୨୦ କି.ମି. ଦୌଡ଼ାଇଥାନ୍ତି...'

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ: ମହାନ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆରେ ଦ୍ବିତୀୟ ସଫଳ ଅଧିନାୟକ । ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ତିନୋଟି ଆଇସିସି ଟ୍ରଫି ଉଠାଇଛି । ସେହିପରି ରୋହିତଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଦୁଇଟି ଆଇସିସି ଇଭେଣ୍ଟରେ ସଫଳତା ପାଇଛି । ରୋହିତ୍ ଟି-ଟ୍ବେଣ୍ଟି ବିଶ୍ବକପ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଚାମ୍ପିଅନ୍ କରାଇଛନ୍ତି । ଆଇସିସି ଚାମ୍ପିଅନ୍ସ ୨୦୨୫ ଫାଇନାଲ୍ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଏଥିରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ହେଲେ କ୍ରିକେଟ ବିଶେଷଜ୍ଞ ତାଙ୍କ କ୍ୟାରିୟରକୁ ନେଇ ବିଭିନ୍ନ ପ୍ରକାରର ଅଟକଳ ଲଗାଉଛନ୍ତି । ଏହାର ଭିତରେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ରୋହିତ୍ ଶର୍ମା ଓ ବିରାଟ୍ କୋହିଲଙ୍କୁ ନେଇ ମଜାଳିଆ ଟିପ୍ପଣୀ ଦେଇଛନ୍ତି ।

ତରୁଣ କୋହଲିଙ୍କ ପୋଡ୍‌କାଷ୍ଟରେ ଯୋଗରାଜ ସିଂହ କହିଛନ୍ତି, ଯଦି ମୁଁ ଟିମ୍ ଇଣ୍ଡିଆର କୋଚ୍ ହୋଇଥାନ୍ତି, ତେବେ ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସଠିକ୍ ଭାବେ ଉପଯୋଗ କରି ଭାରତୀୟ ଦଳକୁ ଶୀର୍ଷରେ ପହଞ୍ଚାଇଥାନ୍ତି । ଇଣ୍ଡିଆ ସବୁବେଳେ ଅଜେୟ ହୋଇରହିବ ।  ଦୁଇ ବରିଷ୍ଠ ଖେଳାଳିଙ୍କ କ୍ଷମତାକୁ କେହି ପରଖି ନାହାନ୍ତି । କାହିଁକି ସେମାନଙ୍କୁ ଟିମରୁ ବାହାର କରିବାକୁ ସବୁବେଳେ ପ୍ରସ୍ତୁତ ରହୁଛନ୍ତି ? ରୋହିତଙ୍କୁ ହଟାଓ, କୋହଲି ହଟାଓ, କିନ୍ତୁ କାହିଁକି ? ସେମାନେ ଏବେ ତାଙ୍କ କ୍ରିକେଟ୍ କ୍ୟାରିୟର ଅନ୍ତିମ ପର୍ଯ୍ୟାୟରେ ରହିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମୁଁ ନିଜ ପୁଅ ଭଳି ଭାବୁଛି  ଏବଂ ସବୁବେଳେ ସେମାନଙ୍କ ସାଥିରେ ରହିଛି ।

ଯୋଗରାଜ ସିଂହ ମଜାଳିଆ ଢଙ୍ଗରେ କହିଛନ୍ତି, ଚାଲ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା । ମୁଁ ରୋହିତ୍ ଶର୍ମାଙ୍କୁ ପ୍ରତିଦିନ ୨୦ କିଲୋମିଟର ଦୌଡ଼ିବାକୁ କହିବି । ମୁଁ ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳିଙ୍କୁ ପସନ୍ଦ କରୁଛି । ଏମାନେ ହିରୋ, କୌଣସି ବ୍ୟକ୍ତି ତାଙ୍କୁ ବାହାର କରିବାକୁ କହିବେ ନାହିଁ । ମୁଁ ତାଙ୍କୁ ପୁଅ ଭଳି ବନେଇ ବି । ଯୁବରାଜ ସିଂହ ଏବଂ ବାକି ଖେଳାଳିଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ । ଏପରିକି ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ମଧ୍ୟ କୌଣସି ପାର୍ଥକ୍ୟ ନାହିଁ । କିନ୍ତୁ ଯାହା ଭୁଲ୍ ତାହା ସବୁବେଳେ ଭୁଲ୍ ବୋଲି କହିଛନ୍ତି ଯୋଗରାଜ ସିଂହ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.