ଆଠଗଡ଼ 01/04: ଆକ୍ସନ ମୋଡରେ ଅବକାରୀ ବିଭାଗ। ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦେଶୀ ମଦ ସହ ଗାଡି ଜବତ କରାଯାଇଛି। ୨ଗିରଫ ହୋଇଥିବା ବେଳେ ୩ ଫେରାର। ଆଠଗଡ଼ ଓ ନରସିଂହପୁର ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ୨ ହଜାର ୩୦ ଲିଟର ଦେଶୀ ମଦ ଜବତ କରା ଯାଇଛି। ଆଉ ଏହା ସହ ମଦ କାରବାରରେ ବ୍ୟବହୃତ ହୋଇଥିବା ଏକ ଚାରିଚକିଆ ଡାଲା ଗାଡ଼ି ଜବତ କରିଛି ।
ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତିନିଜଣ ଚକମା ଦେଖାଇ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଆଠଗଡ଼ ଇନ୍ଦୁପୁର ଗ୍ରାମର ବିକାଶ ବେହେରା ଏବଂ ହରିଡ଼ାଗହୀର ଗ୍ରାମର ସୂର୍ଯ୍ୟ ନାରାୟଣ ବେହେରା । ଅନ୍ୟ ତିନିଜଣ ଫେରାର ଅଛନ୍ତି ବୋଲି ଅବକାରୀ ବିଭାଗ ସୂଚନା ଦେବା ସହ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।
କଟକ ତିଗିରିଆ ଥାନା ଭୀରୁଡ଼ାରୁ ଖୋର୍ଦ୍ଧାକୁ ଦେଶୀ ଚୋରା ମଦ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଏକ ଚାରିଚକିଆ ଗାଡ଼ିରେ ଚୋରା ଚାଲାଣ ହେଉଥିବା ୫୮ ଟି ବ୍ୟାରେଲ ଦେଶୀ ମଦ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୬ ଶହ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।