ମୋହେଞ୍ଜୋଦାରୋରେ ଖନନ ବେଳେ ମିଳିଲା ‘ଖଜଣା’, ଖୋଲିବ ଅନେକ ରହସ୍ୟ

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ସାରା ଦୁନିଆରେ ପ୍ରାଚୀନ ସଭ୍ୟତା ମଧ୍ୟରେ ଗଣତି ହେଉଥିବା ସିନ୍ଧୁ ଘାଟି ସଭ୍ୟତାର ବିଶ୍ୱ ଐତିହ୍ୟ ସ୍ଥଳ ମୋହେଞ୍ଜୋଦାରୋରେ ଖନନ ବେଳେ ଏକ ପାଚେରୀରେ ତମ୍ୱା ମୁଦ୍ରାରେ ଭର୍ତ୍ତି ଏକ ପାତ୍ର ମିଳିଛି  । ଏକ ସାଇଟ୍‌ର ସଂରକ୍ଷଣ ବେଳେ ପାକିସ୍ତାନୀ ଶ୍ରମିକ ଏକ ପାଚେରୀ ଉପରେ କାମ କରୁଥିଲେ । ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ସୈୟଦ ସାକିର ଶାହଙ୍କ ଅନୁସାରେ ପାଚେରୀଟି ଭୁଷୁଡ଼ି ଯାଇଥିଲା ଓ ଏହାର ଖନନ କରାଯାଉଥିଲା । ଏହି ସମୟରେ ଶ୍ରମିକଙ୍କ ନଜର ଗୋଟିଏ ପାତ୍ର ଉପରେ ପଡ଼ିଥିଲା । ଏହାକୁ ବାହାର କରାଯିବା ପରେ ଏଥିରେ ତମ୍ୱାର ମୁଦ୍ରା ଥିବା ଦେଖିବାକୁ ମିଳିଥିଲା । ଅଧିକ ଯାଞ୍ଚ ଉପରେ ମିଳିଥିବା ମୁଦ୍ରାଗୁଡିକୁ ଲ୍ୟାବ୍ ପଠାଯାଇଛି । କୁହାଯାଉଛି ଯେ ଦୀର୍ଷ ସମୟରେ ପରେ ମୋହେଞ୍ଜୋଦାରୋରୁ ଏପରି କିଛି ମିଳିଛି ଯାହା କୌଣସି ରହସ୍ୟ ଉପରୁ ପରଦା ଉଠାଇ ପାରିବ ।

ସାକିର ଶାହଙ୍କ ଅନୁସାରେ ଏହି ମୁଦ୍ରାଗୁଡିକ ଉପରେ କିଛି ଅଙ୍କିତ କରାଯାଇଛି । ତେବେ ଏହି ମୁଦ୍ରାଗୁଡିକୁ ସୁରକ୍ଷିତ ବାହାର କରାଯିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଦୀର୍ଘ ଦିନରୁ ମାଟି ତଳେ ଥିବା ଯୋଗୁଁ ମୁଦ୍ରାଗୁଡିକରେ ଅବକ୍ଷୟ ଘଟିଛି । ଅଧିକାରୀମାନେ କହିଛନ୍ତି ଯେ ଏହି ମୁଦ୍ରା ଯୋଗୁଁ ଆନେକ ରହସ୍ୟ ସାମନାକୁ ଆସିପାରେ । ଫଳରେ ପ୍ରାଚୀନ ସଭ୍ୟତା ଉପରେ ଅନେକ ବିଷୟ ସାମନାକୁ ଆସିବ । ମୋହେଞ୍ଜୋଦାରୋ ୫୦୦ ବର୍ଷ ପୁରୁଣା ଐତିହ୍ୟ । ଏହି ସ୍ଥାନରୁ ମିଳିଥିବା ଅବଶେଷରୁ ଜଣାପଡିଛି ଯେ ଏଠାରେ ଦିନେ ସବୁଠୁ ବିକଶିତ ସହର ରହିଥିଲା ।

୧୯୮୦ରେ ମୋହେଞ୍ଜୋଦାରୋକୁ ବିଶ୍ୱ ଐତିହ୍ୟସ୍ଥଳୀରେ ସାମିଲ କରାଯାଇଥିଲା । ଏଠାରୁ ମିଳିଥିବା ଭଗ୍ନାବଶେଷ ଖ୍ରୀ।ଷ୍ଟପୂର୍ବ ତୃତୀୟ ଶତାବ୍ଦୀର ବୋଲି କୁହାଯାଉଛି । ଏଠାରେ ମାଟିର ଇଟା ମିଳିଥିଲା । ହରପ୍ପା ଓ ମୋହେଞ୍ଜୋଦାରୋ ଉଭୟ ସିନ୍ଧୁ ଘାଟି ସଭ୍ୟତାର ଗୁରୁତ୍ୱପୂର୍ଣ୍ଣ ସହର ଅଟନ୍ତି । ସିନ୍ଧୁ ଘାଟି ସଭ୍ୟତା ପାକିସ୍ତାନ, ଆପଗାନିସ୍ତାନ ଓ ଭାରତରେ ବ୍ୟାପିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.