୧ ନଭେମ୍ବରରୁ ଲାଗୁ ହେବ ନୂଆ ବ୍ୟବସ୍ଥା, ପ୍ରତ୍ୟେକ GST ବିଲ୍ ର ହେବ ଅନଲାଇନ ଏଣ୍ଟ୍ରି

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬।୧୦: ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି)ରେ ଏବେ ପ୍ରତ୍ୟେକ ବିଲ୍, ଇନଭଏସ୍, ଚାଲାଣର ଅନଲାଇନ ଏଣ୍ଟ୍ରି ହେବ ଓ ଏହାର ସ୍ୱୀକାର ଅଥବା ଅସ୍ୱୀକାର କରିବାର ବିକଳ୍ପ ରେକର୍ଡ କରିବାକୁ ହେବ। ଏହି ନୂଆ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହେବ। ଜିଏସଟି କମନ ପୋର୍ଟାଲରେ ଏହି ନୂଆ ସିଷ୍ଟମକୁ ଇନଭଏସ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏମଏସ) ନାମରେ ଲାଗୁ କରାଯାଇଛି। ଆଇଏମଏସ୍ ଜିଏସଟି ସିଷ୍ଟମରେ ଏକ ସୁବିଧା ରୂପେ କାମ କରିବ। 

ଏଥିରେ ଯୋଗାଣକାରୀଙ୍କ ଦ୍ୱାରା ଜିଏସଟି ଆର-୧, ୧-ଏ ଆଇଏଏଫରେ ସାଇତା ଯାଇଥିବା ଇନଭଏସ୍ ଓ ରେକର୍ଡକୁ ପ୍ରାପ୍ତକର୍ତ୍ତା ସ୍ୱୀକାର ଅଥବା ଅସ୍ୱୀକାର କରିପାରନ୍ତି। କରଦାତାଙ୍କୁ ଉପଲବ୍ଧ ଆଇଟିସି ନିର୍ଦ୍ଧାରିତ କରିବାରେ ଆଇଏମଏସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା ସୁନିଶ୍ଚିତ କରିବ କେବଳ ବୈଧ ଓ ସତ୍ୟାପିତି ଆଇଟିସି ନିଆଯିବ, ଏଥିରେ ତ୍ରୁଟି ଓ ଠକେଇ ମାମଲା କମ ହେବ। ଯୋଗାଣ କର୍ତ୍ତା ତାଙ୍କ ଜିଏସଟି ଆର-୧ରେ ମୂଳ ଚାଲାଣ ଅଥବା ରେକର୍ଡ ଫାଇଲ କରିବେ। ପ୍ରାପ୍ତକର୍ତ୍ତାଙ୍କୁ ଆଇଏମଏସରେ ଏହା ଉପଲବ୍ଧ ହେବ। ଏହାପରେ ପ୍ରାପ୍ତକର୍ତ୍ତା ସେହି ବିଲ୍ ଓ ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ କରିପାରିବେ।   

ଏଥିରେ ପ୍ରାପ୍ତକର୍ତ୍ତାଙ୍କୁ ୩ଟି ଉପାୟରେ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ। ଏଥିରେ ସେ ହୁଏତ ଏହାକୁ ସ୍ୱୀକାର କରିବେ। ଆଇଏମଏସରେ ସ୍ୱୀକାର କରିବା ପରେ ଏପରି ବିଲ୍ ଆଇଟିସି ଉପଲବ୍ଧ ଥିବା ଅନୁଭାଗର ଅଂଶବିଶେଷ ହୋଇଯିବ ଓ ଏହାର ଆଇଟିସି ହାସଲ କରିବା ପାଇଁ ରିଟର୍ଣ୍ଣ ଫର୍ମ ଥ୍ରୀ-ବି ସ୍ୱତଃ ପୂରଣ ହୋଇଯିବ। ଅନ୍ୟ ସ୍ଥିତିରେ ଯେଉଁ ବିଲ୍ ଅସ୍ୱୀକାର କରାଯିବ ସେଗୁଡିକ ଅସ୍ୱୀକୃତ ଅନୁଭାଗରେ ଆସିଯିବ। ଏଗୁଡିକ ଆଇଟିସିର ଅଂଶବିଶେଷ ହେବ ନାହିଁ। ଏହା ସହିତ ରେକର୍ଡକୁ ଲମ୍ବିତ ଶ୍ରେଣୀରେ ରଖାଯିବ। ଏପରି ରେକର୍ଡ ଆଇଏମଏସ ଡାସ୍ ବୋର୍ଡରେ ଦେଖାଯିବ କିନ୍ତୁ ରିଟର୍ଣ୍ଣ ଫର୍ମ ୨-ବି ଅଥବା ୩-ବିର ଅଂଶବିଶେଷ ହେବ ନାହିଁ। ଯେଉଁ ପର୍ଯ୍ୟନ୍ତ ଏହାକୁ ସ୍ୱୀକାର ବା ଅସ୍ୱୀକାର କରା ନଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.