ଦୀପାବଳି ପୂର୍ବରୁ ଶେୟାର ମାର୍କେଟ୍ ଡାଉନ; ମାସକରେ ବୁଡ଼ିଗଲା ୪୦ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | October 26, 2024 IST

ମୁମ୍ବାଇ: ଦୀପାବଳି ପୂର୍ବରୁ ପୁଞ୍ଜିବଜାରରେ ହାହାକାର । ଗୋଟିଏ ଝଟକାରେ ବୁଡ଼ିଗଲା ନିବେଶକଙ୍କ ଟଙ୍କା । ଏକ ମାସ ଭିତରେ ନିବେଶକାରୀ ହରାଇଲେଣି ୪୦ ଲକ୍ଷ କୋଟି ଟଙ୍କା ।

ଗତ ଏକ ମାସର ତଥ୍ୟ କହୁଛି, ଶେୟାର ବଜାରରେ ନିବେଶକଙ୍କ ସ୍ଥିତି ବହୁତ ଖରାପ । ଗୋଟିଏ ବର୍ଷର ନିର୍ବେଶକଙ୍କ ଅର୍ଜିତ ଧନ ଏକ ମାସରେ ସ୍ୱାହା ହୋଇଯାଇଛି । ଖୁଚୁରା ନିବେଶକଙ୍କ କହିବା ଅନୁଯାୟୀ, କୋଭିଡ ପରେ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୭ ତାରିଖରେ ବିଏସଇ ମାର୍କେଟ୍ କ୍ୟାପ୍ ପ୍ରାୟ ୪୭୭ ଲକ୍ଷ କୋଟି ଟଙ୍କା ଥିଲା । ହେଲେ ଅକ୍ଟୋବର ପହିଲାରୁ ୨୫ ତାରିଖ ସୁଦ୍ଧା ଏହା ହ୍ରାସ ପାଇ ୪୩୭ ଲକ୍ଷ କୋଟିରେ ପହଞ୍ଚିଛି । ଫଳରେ ନିବେଶକଙ୍କ ପୋର୍ଟଫୋଲିଓ ନେଗେଟିଭକୁ ଚାଲିଆସିଛି ।

କିଛି ସପ୍ତାହରେ ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଶେୟାର ୫୦ ପ୍ରତିଶତ ଯାଏ ହ୍ରାସ ପାଇଥିଲା । ଇଣ୍ଡେକ୍ସ ଅନୁଯାୟୀ, ସେନସେକ୍ସ ଅଲ୍ ଟାଇମ୍ ହାଇରୁ ପ୍ରାୟ ୬ହଜାର ୫୦୦ ପଏଣ୍ଟ ହ୍ରାସ ପାଇଛି । ସେହିଭଳି ନିଫ୍ଟି ୨୧ଶହ ପଏଣ୍ଟ ତଳକୁ ଖସିଛି । ଭୟରେ ପୁଞ୍ଜି ନିବେଶକମାନେ ଶେୟାର ବିକ୍ରି କରିବାକୁ ଲାଗିଲେଣି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.