୧୦ ଟଙ୍କିଆ ମୁଦ୍ରା ଅସଲି କି ନକଲି ଜାଣନ୍ତୁ କେମିତି କରିବେ ଚିହ୍ନଟ?

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬।୧୦: ବଜାରରେ ଏବେ ଦୁଇ ପ୍ରକାରର ୧୦ ଟଙ୍କା ମୁଦ୍ରା ଚାଲୁଥିବାର ଜଣାପଡିଛି। ଏଥିରେ ଗୋଟିଏ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରିତ ୧୦ ଟଙ୍କା ମୁଦ୍ରା ହୋଇଥିବା ବେଳେ ଅନ୍ୟଟି ନକଲୀ। ଆରବିଆଇ ପ୍ରାୟତଃ ୧୦ ଟଙ୍କିଆ ମୁଦ୍ରା ସମ୍ପର୍କିତ ସୂଚନା ଦେଇ ଆସୁଛନ୍ତି। ଏହା ସତ୍ତ୍ୱେ ଲୋକଙ୍କ ମନରେ ୧୦ ଟଙ୍କା କଏନକୁ ନେଇ ଦ୍ୱନ୍ଦ୍ୱ ରହୁଛି। ତେବେ ଆସନ୍ତୁ ଜାଣିବା ଅସଲି ଓ ନକଲୀ ମୁଦ୍ରା ମଧ୍ୟରେ କଣ ରହିଛି ଅନ୍ତର?

ଲୋକେ ୧୦ ଟଙ୍କା ମୁଦ୍ରା ଉପରେ ପଡିଥିବା ଗାରକୁ ନେଇ ପ୍ରାୟ ଦ୍ୱନ୍ଦ୍ୱରେ ରୁହନ୍ତି। ଏ ନେଇ ଲୋକେ ନିଜ ଥିଓରି ନିଜେ ତିଆରି କରିଛନ୍ତି। ସେହି ଅନୁସାରେ ଯେଉଁ ମୁଦ୍ରାରେ ୧୦ଟି ଗାର ତାହା ଅସଲି ବୋଲି ସେମାନେ କହୁଛନ୍ତି। ସେହିପରି ଯେଉଁ ମୁଦ୍ରାରେ ଟଙ୍କାର ଚିହ୍ନ ରହୁଛି ତାହା ହିଁ ଅସଲି ବୋଲି କହୁଛନ୍ତି। ମୁଦ୍ରାକୁ ନେଇ ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଆରବିଆଇ ନୋଟ୍ ଜାରି କରିଛନ୍ତି। ଏହି ପ୍ରେସ୍ ନୋଟ୍ ଆପଣଙ୍କୁ ଆରବିଆଇ ୱେବସାଇଟରେ ମିଳିଯିବ। 

ଏହି ନୋଟ୍‌ରେ ଆରବିଆଇ ୧୦ଟଙ୍କା ମୁଦ୍ରାର ୧୪ ପ୍ରକାର ଡିଜାଇନ ସମ୍ପର୍କରେ ସୂଚିତ କରିଛନ୍ତି। ଆରବିଆଇ କହିଛନ୍ତି ମାର୍କେଟରେ ଅନେକ ପ୍ରକାରର ୧୦ ଟଙ୍କା ମୁଦ୍ରା ପ୍ରଚଳିତ ହେଉଛି। ଏଣୁ ପ୍ରତ୍ୟେକ ମୁଦ୍ରା ଠିକ ବୋଲି ଆରବିଆଇ କହିଛନ୍ତି। ଏହା ବାଦେ ଯଦି ଆପଣଙ୍କର ମନରେ ମୁଦ୍ରାକୁ ନେଇ କୌଣସି ପ୍ରକାରର ସନ୍ଦେହ ଉପୁଜେ ଏଥି ପାଇଁ ଆରବିଆଇ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଦେଇଛନ୍ତି। ଏହି ଟୋଲ ଫ୍ରି ନମ୍ବରରେ ୧୦ ଟଙ୍କା ମୁଦ୍ରାକୁ ନେଇ ଅଧିକ ସୂଚନା ପାଇ ପାରିବେ। 

ଆରବିଆଇ ଏହା ମଧ୍ୟ କହିଛନ୍ତି ଯେ ଯଦି କେହି ମୁଦ୍ରା ନେବାକୁ ମନା କରୁଛନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇ ପାରିବ। ଆପଣ ଆରବିଆଇଙ୍କ ଟୋଲ ଫ୍ରିନମ୍ବର ୧୪୪୦ରେ କଲ କରି ମୁଦ୍ରା ସମ୍ପର୍କରେ ଅଧିକ ବିବରଣୀ ପାଇ ପାରିବେ। କଲ ମାଧ୍ୟମରେ ଆପଣଙ୍କୁ ୧୦ ଟଙ୍କା ମୁଦ୍ରା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଦିଆଯିବ। ଭାରତ ସରକାରଙ୍କ ମିଣ୍ଟରେ ମୁଦ୍ରା ଢଳେଇ କାମ ହେଉଛି। ନୋଟ ଭଳି ମୁଦ୍ରାରେ ମଧ୍ୟ ଦେଶର ଆର୍ଥିକ, ସାମାଜିକ ଓ ସାଂସ୍କୃତି ମୂଲ୍ୟକୁ ଦର୍ଶାଇବା ନିମନ୍ତେ ଉଦ୍ୟମ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.