ଖାଦ୍ୟ ଅନ୍ୱେଷଣରେ ଆସି ଫସିଥିଲେ ପଙ୍କରେ, ଉଦ୍ଧାର ହେଲେ ୩ ହାତୀ

Published By : Prameya-News7 Bureau | June 16, 2024 IST

Athagarh Elephant

ଆଠଗଡ଼: ଖାଦ୍ୟ ଅନ୍ୱେଷଣରେ ଆସି କଟକ  ଆଠଗଡ଼ ବେଲିଆପାଳରେ ୩ଟି ହାତୀ ଏକ ପଙ୍କ ଭର୍ତ୍ତି ଖାତରେ ପଡ଼ି ବେଶ ହନ୍ତସନ୍ତ ହୋଇଛନ୍ତି । ବନ ବିବାଗ ତରଫରୁ ଆପ୍ରାଣ ଉଦ୍ୟମ ପରେ ସନ୍ଧ୍ୟା ସମୟରେ ଉଦ୍ଧାର ହୋଇଛନ୍ତି ୩ ହାତୀ। ଏଥିପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା। 

ସୂଚନା ଅନୁଯାୟୀ, ଖାଦ୍ୟ ଅନ୍ବେଷଣରେ ଆସି ଗଜରାଜ ପଙ୍କରେ ଫସିଥିଲେ। ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ ଅନ୍ତର୍ଗତ ବେଲିଆପାଳ ଖଳିଖାତରେ ପଙ୍କରେ ଫସି ରହିଥିଲେ ୩ଟି ଦନ୍ତା ହାତୀ।   ହାତୀ ଗୁଡିକ ଫସିଥିବା ଦେଖି ସ୍ଥାନୀୟ ଲୋକଙ୍କ ଗହଳି ବଢିବାରୁ ହାତୀମାନେ ସେଠାରୁ ବାହାରି ପାରିନଥିଲେ । ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ପରେ ପୋଲିସ୍ ପହଞ୍ଚି ଲୋକଙ୍କୁ ହଟାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ  ହୋଇଥିଲା। ଘଟଣା ସ୍ଥଳରେ ଆଠଗଡ଼ ଡିଏଫ୍ଓଙ୍କ ସମେତ ବନ ବିଭାଗ କର୍ମଚାରୀ, ଅଗ୍ନିଶମ ବାହିନୀ, ପୋଲିସ୍ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ବନ ବିଭାଗର ଆପ୍ରାଣ ଉଦ୍ୟମ ପରେ ସନ୍ଧ୍ୟା ସମୟରେ ଉଦ୍ଧାର ହୋଇଛନ୍ତି ୩ ହାତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.