କଟକ, ୦୭/୦୨: ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍ରେ ଭେଟେରାନ ବିରାଟ କୋହଲି ଆହତ ହେବା ଯୋଗୁ ଏହି ମ୍ୟାଚ୍ ଖେଳିନାହାନ୍ତି । ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ଓଡ଼ିଶାରେ ଥିବା ବିରାଟ ପ୍ରେମୀ । ଆଉ ଦୁଇ ଦିନ ପରେ ପରେ ଦ୍ୱିତୀୟ ଦିନିକିଆ, ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ ।
ଏଥିରେ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଯଦି ନଖେଳନ୍ତି ତେବେ ପ୍ରାୟ ୪ବର୍ଷ ପରେ କିଙ୍ଗ୍ କୋହଲିଙ୍କ ଖେଳ ଲାଇଭ୍ ଦେଖିବାକୁ ସୁଯୋଗ ହାତଛଡ଼ା କରିବେ ପ୍ରଶଂସକ । ଅନ୍ୟପକ୍ଷରେ ନୂଆ ତାରକାଙ୍କ ଉପରେ ବାରବାଟୀ ଦର୍ଶକଙ୍କ ନଜର ରହିବ । ଶୁଭମନ୍ ଗିଲ୍, ଯଶସ୍ୱୀ ଜୈସ୍ୱାଲ, ହର୍ଷିତ ରାଣାଙ୍କ ଭଳି ଖେଳାଳି ପ୍ରଥମଥର ବାରବାଟୀ ପିଚ୍କୁ ଓହ୍ଲାଇବାକୁ ଯାଉଛନ୍ତି ।
ବାରବାଟୀରେ ଶେଷଥର ୨୦୧୯ ଡିସେମ୍ବର ୨୨ ତାରିଖରେ କୋହଲିଙ୍କୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ସେ ଦଳର ଅଧିନାୟକ ଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ମ୍ୟାଚରେ କୋହଲି ଦଳ ପାଇଁ ସର୍ବାଧିକ ୮୫ରନ୍ର ପାଳି ଖେଳିଥିଲେ । ଭାରତ ୪ୱିକେଟରେ ମ୍ୟାଚ ଜିତିଥିଲା । ପରେ ୨୦୨୨ରେ ଜୁନ୍ ୧୨ରେ ଦକ୍ଷିଣଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ କୋହଲି ଦଳରେ ନଥିଲେ ।
ଏବେ ପ୍ରାୟ ୪ ବର୍ଷ ପରେ ପୁଣିଥରେ କୋହଲିଙ୍କୁ ଦେଖିବାକୁ ସୁଯୋଗ ରହିଛି । ଚାମ୍ପିଅନ୍ସ ଟ୍ରଫି ପରେ କୋହଲି ଦିନିକିଆରୁ ଅବସର ନେବାର ଆଶଙ୍କା ରହିଛି । ତେଣୁ ବାରବାଟୀ ଷ୍ଟାଡିୟମ୍ରେ ଏହା ତାଙ୍କର ଶେଷ ମ୍ୟାଚ ବୋଲି କହିଲେ ଭୁଲ୍ ହେବ ନାହିଁ ।
also read...
ସରି ସରି ଆସୁଛି ରୋହିତ୍ ଯୁଗ, ଆଉ ଦେଖିବାକୁ ମିଳିବନି ହିଟ୍ମ୍ୟାନ୍ଙ୍କ ଶତକୀୟ ପାଳି!