ଭାରତ-ୱେଷ୍ଟଇଣ୍ଡିଜ୍ ଶହେ ତମ ଟେଷ୍ଟ : ଘରୋଇ ଦଳ ପାଇଁ କର ବା ମର ସ୍ଥିତି, ବିଶାଳ ସ୍କୋର ସହ ପଏଣ୍ଟ ହାସଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | July 20, 2023 IST

ପୋର୍ଟ ଅଫ ସ୍ପେନ ୨୦।୦୭ : ଗୁରୁବାର ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ । ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଭାରତ ବିଜୟୀ ହୋଇସାରିଛି । ଟିମ୍‌ ଏବେ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌  ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ବିଶ୍ୱ ଟେଷ୍ଟ  ଚାମ୍ପିଅନ୍‌ସିପ୍‌ ଅଧିନରେ ଏହି ସିରିଜ ରହିଥିବାରୁ  ଘରୋଇ ଦଳ ପଏଣ୍ଟ ଖାତା ଖେଲିବାକୁ ପ୍ରୟାସ କରିବ ।

ତେବେ ଉଭୟ ଟିମ୍‌ଙ୍କ ମଧ୍ୟରେ ଏହା ୧୦୦ ତମ ଟେଷ୍ଟ ମ୍ୟାଚ୍‌ । ୧୯୪୮ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଟେଷ୍ଟ ସିରିଜ୍‌ । ନୂଆଦିଲ୍ଲୀ ର ଫିରୋଜ ଶାହା କୋଟ୍‌ଲା ଗ୍ରାଉଣ୍ଡରେ ଖେଳାଯାଇଥିଲା ପ୍ରଥମ ଟେଷ୍ଟ । ଇତିମଧ୍ୟରେ ୭୫ ବର୍ଷ ବିତିସାରିଲାଣି । ଏକଦା କ୍ରିକେଟ୍‌  ଦୁନିଆର ସବୁଠୁ ଦୁର୍ଦ୍ଧର୍ଷ ଦଳ ବୋଲାଉଥିବା ୱେଷ୍ଟ  ଇଣ୍ଡିଜ୍‌ ଦଳ ଗତ ୨୧ ବର୍ଷ ମଧ୍ୟରେ ଭାରତ ବିପକ୍ଷରେ  ଗୋଟିଏ ହେଲେ ଟେଷ୍ଟ ଜିତିପାରି ନାହିଁ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୯୯ଟି  ଟେଷ୍ଟରୁ ୱେଷ୍ଟ ଇଣ୍ଡିଜ୍‌ ୩୦ଟି ଟେଷ୍ଟ ଜିତିଛି । ଭାରତ  ୨୩ଟି ଟେଷ୍ଟରେ ବିଜୟୀ ହୋଇଥିବାବେଳେ ବାକି  ୪୬ଟି ଟେଷ୍ଟ ଡ୍ର’ ରହିଛି ।  ୨୦୦୨ରେ ୱେଷ୍ଟ ଇଣ୍ଡିଜ୍‌ ଶେଷ ଥର ପାଇଁ  ଭାରତ ବିପକ୍ଷରେ ଟେଷ୍ଟ ଜିତିଥିଲା ।

wp:embed {"url":"https://www.prameyanews7.com/most-hundreds-in-wtc-history/","type":"wp-embed","providerNameSlug":"prameya-news-7"}
https://www.prameyanews7.com/most-hundreds-in-wtc-history/
/wp:embed

ଭାରତ ଯୁବ ଖେଳାଳିଙ୍କୁ  ଖେଳାଉଥିବାରୁ ଏଣିକି ଦ୍ରୁତ ବେଗରେ ରନ୍‌ ସଂଗୃହୀତ  ହେବ । ଯଶସ୍ୱୀ ଜୈସ୍ୱାଲ, ଶୁଭମନ ଗିଲ, ଇଶାନ କିଷନ ପ୍ରମୁଖ ବିସ୍ଫୋରକ ବ୍ୟାଟିଂରେ ସିଦ୍ଧହସ୍ତ ।  ରୋହିତ ଶର୍ମା ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ  ପସନ୍ଦ କରନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟରୁ ଭାରତ ମଧ୍ୟ  ବିସ୍ଫୋରକ ବ୍ୟାଟିଂ କରିବା ଆଶା କରାଯାଉଛି । ପଦାର୍ପଣ କରିବେ ମାକେଞ୍ଜି,  ସିନକ୍ଲେୟାର: ପ୍ରଥମ ଟେଷ୍ଟରେ ପରାଜିତ ହେବା  ପରେ ଘରୋଇ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ଏକାଦଶରେ  ପରିବର୍ତ୍ତନ କରିବ । ରେମନ ରିଫରଙ୍କ ସ୍ଥାନରେ କିର୍କ  ମାକେଞ୍ଜି ପଦାର୍ପଣ କରିବା ସମ୍ଭାବନା ରହିଛି ।

ସେହିପରି  ରହକିମ କର୍ଣ୍ଣୱାଲଙ୍କ ସ୍ଥାନରେ କେଭିନ ସିନକ୍ଲେୟାରଙ୍କୁ  ସୁଯୋଗ ମିଳିପାରେ । କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡ  ପେସ୍‌ ବୋଲରଙ୍କୁ ସହାୟତା କରିବାର ରେକର୍ଡ  ରହିଛି । ତେଣୁ ସାନନ ଗାବ୍ରିଏଲଙ୍କୁ ମଧ୍ୟ ଏକାଦଶରେ  ସ୍ଥାନ ଦେବାକୁ ଟିମ ମ୍ୟାନେଜମେଣ୍ଟ ପ୍ରୟାସ କରିବ ।  ପେସ ବୋଲରଙ୍କୁ ସୁହାଇବ ପିଚ୍‌: ସ୍ଥାନୀୟ  ପିଚ୍‌ ପାରମ୍ପରିକ ଭାବେ ପେସ୍‌ ବୋଲରଙ୍କୁ ସହାୟତା  କରିବାର ରେକର୍ଡ ରହିଛି । ଭାରତୀୟ ବ୍ୟାଟରଙ୍କୁ  ଅଟକାଇବା ପାଇଁ ୱେଷ୍ଟ ଇଣ୍ଡିଜ୍‌ ଏଠାରେ ପେସ୍‌  ବୋଲରଙ୍କୁ ସୁହାଇବା ଭଳି ପିଚ ପ୍ରସ୍ତୁତ କରିଛି । 

ସମ୍ଭାବ୍ୟ ଦଳ

ଭାରତ : ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ  ଜୈସ୍ୱାଲ, ଶୁଭମନ ଗିଲ୍‌, ବିରାଟ କୋହଲି,  ଅଜିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଇଶାନ  କିଷନ, ରବି ଚନ୍ଦ୍ରନ ଅଶ୍ୱିନ, ସର୍ଦୁଲ ଠାକୁର,  ମହମ୍ମଦ ସିରାଜ, ଜୟଦେବ ଉନାକାତ ।

ୱେଷ୍ଟ ଇଣ୍ଡିଜ୍‌ : କ୍ରେଗ ବ୍ରାଥୱେଟ୍‌(ଅଧିନାୟକ),  ତେଜନାରାୟଣ ଚନ୍ଦରପଲ୍‌, ଆଲିକ ଆଥାଞ୍ଜି,  ଜର୍ମେନ ବ୍ଲାକଉଡ୍‌, କିର୍କ ମାକେଞ୍ଜି, ଜାସନ ହୋଲ୍ଡର,  ଜୋଶୁଆ ଡା ସିଲଭା, ରହକିମ କର୍ଣ୍ଣୱାଲ୍‌/କେଭିନ  ସିନକ୍ଲେୟାର, ଅଲଜାରୀ ଜୋଶେଫ, କିମାର ରୋଚ,  ସାନନ ଗାବ୍ରିଏଲ୍‌/ଜୋମେଲ ୱାରିକାନ ।

wp:embed {"url":"https://www.prameyanews7.com/ajit-agarkar-will-be-traveling-to-the-west-indies/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ajit-agarkar-will-be-traveling-to-the-west-indies/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.