ଭାରତ-ଚୀନ୍ କମାଣ୍ଡରସ୍ତରୀୟ ବୈଠକ, ବିବାଦୀୟ ସୀମାରୁ ସେନା ପ୍ରତ୍ୟାହାର ନେଇ ହେବ ଆଲୋଚନା

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦୀୟ ସୀମାରୁ ସେନା ପ୍ରତ୍ୟାହର ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ । ସୋମବାର ଭାରତ ଓ ଚୀନ୍ ମଧ୍ୟରେ କୋର୍ କମାଣ୍ଡର ବୈଠକ ବସିବ। ଗଲୱାନ ଘଟଣା ପରେ ଏହା ୧୯ତମ ମିଟିଂ। ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ଶାନ୍ତି ପ୍ରତିଷ୍ଠା ନେଇ ଉଭୟ ପକ୍ଷ ଆଲୋଚନା କରିବେ।

କିଛି ଦିନ ପରେ ଜି ଟ୍ବେଣ୍ଟି ବୈଠକ ନୂଆ ଦିଲ୍ଲୀରେ ବସିବ। ଚୀନ୍ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ଏଥିରେ ଭାଗ ନେବେ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବା ସମ୍ଭାବନା ରହିଛି। । ଏହା ପୂର୍ବରୁ ବ୍ରିକ୍‌ସ ବୈଠକରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ସାକ୍ଷାତ ହେବ । ତେଣୁ ତା ପୂର୍ବରୁ ସୀମାରେ ବାକି ରହିଥିବା ସମସ୍ତ ପ୍ରସଙ୍ଗରେ ସମାଧାନ ସୂତ୍ର ବାହାର କରିବା ପାଇଁ ଉଭୟ ପକ୍ଷ ଚାହୁଁଛନ୍ତି । ଆଜିର ବୈଠକରେ ଭାରତ ପକ୍ଷରୁ ନେତୃତ୍ବ ନେବେ ଲେଫଟନାଣ୍ଟ ଜେନେରାଲ ରସିମ୍ ବାଲି।

wp:embed {"url":"https://www.prameyanews7.com/iaf-airlifted-over-68000-soldiers-to-eastern-ladakh-following-galwan-valley-clashe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/iaf-airlifted-over-68000-soldiers-to-eastern-ladakh-following-galwan-valley-clashe/
/wp:embed

ଅନ୍ୟପଟେ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ବାୟୁସେନା ୬୮ ହଜାର ବାୟୁସୈନିକଙ୍କୁ ମୁତୟନ କରିଛି । ଏମାନଙ୍କୁ ଏୟାରଲିଫ୍ଟ କରାଯାଇ ଲଦାଖକୁ ନିଆଯାଇଛି । ଏହା ସହିତ ୯୦ଟି ଟ୍ୟାଙ୍କ୍ ଏବଂ ୱିପନ ସିଷ୍ଟମ ମଧ୍ୟ ସେଠାରେ ମୁତୟନ କରାଯାଇଛି । ସେହିପରି ସୁଖୋଇ-୩୦ ଓ ଜାଗୁଆର ଭଳି ବିମାନକୁ ମଧ୍ୟ ଲଦାଖ ଅଞ୍ଚଳରେ ସାମିଲ କରାଯାଇଛି । ଗଲୱାନ ଭଳି ଘଟଣାର ଯେଭଳି ପୁନରାବୃତ୍ତି ନଘଟିବ ସେଥିପାଇଁ ଭାରତ ସତର୍କତା ବଢ଼ାଇଛି । 130 J ହରକୁଲସ୍ ଏବଂ C 17 ବିମାନ ମାଧ୍ୟମରେ ବାୟୁ ସୈନିକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି। ୧୫ ଜୁନ୍ ୨୦୨୦ରେ ଗଲୱାନରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରଠାରୁ ଚୀନ୍ ସୀମାରେ ଭାରତ ସତର୍କ ଦୃଷ୍ଟି ରଖିଛି । ଏଥିସହିତ ଚୀନର ଅନୁପ୍ରବେଶ ବଢ଼ିବା ଆଶଙ୍କା କରି ବାୟୁସେନା ଲଦାଖ ସୀମାରେ ତାର ଶକ୍ତି ବୃଦ୍ଧି କରିଛି । ଚୀନର ସେନା ବାହିନୀ ଉପରେ ନଜର ରଖିବା ଲାଗି ରିମୋଟଲି ପାଇଲଟେଡ ଏୟରକ୍ରାଫ୍ଟର ସାହାଯ୍ୟ ନିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.