ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଇଣ୍ଡିଆ ଗେଟ୍ ଆକାରର କ୍ଷୁଦ୍ରଗ୍ରହ, ପୃଥିବୀ ପ୍ରତି ରହିଛି କି ବିପଦ ?

Published By : Prameya-News7 Bureau | June 28, 2023 IST

ନୈନିତାଲ: ମହାକାଶରେ ୩ ବଡ଼ କ୍ଷୁଦ୍ରଗ୍ରହ ଦ୍ରୁତ ବେଗରେ ପୃଥିବୀ ଅଭିମୁଖେ ବଢିବାରେ ଲାଗିଛି। ଏଥିରୁ ୨୦୨୩ ଏମଟି-୧ କ୍ଷୁଦ୍ରଗ୍ରହ ଇଣ୍ଡିଆ ଗେଟ୍‌ ଆକାରଠୁ ମଧ୍ୟ ବଡ଼ ରହିଛି। ୩ଟି କ୍ଷୁଦ୍ରଗ୍ରହ ଜୁଲାଇରେ ଭିନ୍ନ ଭିନ୍ନ ତାରିଖରେ ପୃଥିବୀ ନିକଟ ଦେଇ ଗତି କରିବେ। ସାଧାରଣତଃ ଏହା ଦୃଶ୍ୟମାନ ନ ହେଲେ ବି ଏହି ବିରଳ ମହାକାଶ ଘଟଣାକୁ ନେଇ ବୈଜ୍ଞାନିକମାନେ ବେଶ ରୋମାଞ୍ଚିତ ଅଛନ୍ତି। ନୈନିତାଲ ସ୍ଥିତ ଆର୍ଯ୍ୟଭଟ୍ଟ ଉତ୍‌କ୍ଷେପଣ ବିଜ୍ଞାନ ଗବେଷଣା ସଂସ୍ଥା(ଏରିଜ୍)ର ପବ୍ଲିକ ଆଉଟରିଚ୍ କାର୍ଯ୍ୟକ୍ରମର ପ୍ରଭାରୀ ଡ. ବୀରେନ୍ଦ୍ର ଯାଦବ ବିସ୍ତୃତ ସୂଚନା ଦେଇଛନ୍ତି।

ବୀରେନ୍ଦ୍ର ଯାଦବ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ କ୍ଷୁଦ୍ରଗ୍ରହ ସ୍ଥିତି ବାବଦରେ ତଥ୍ୟ ମିଳିଛି ଏବଂ ଚିହ୍ନଟ କରାଯାଇଛି । କିନ୍ତୁ କୌଣସି ଆଷ୍ଟ୍ରଏଡ୍‌ ଗୋଟିଏ ଭଳି ନୁହନ୍ତି । ସମସ୍ତଙ୍କ ଆକାର ଓ ଓଜନ ଭିନ୍ନ ଭିନ୍ନ ରହିଛି । ଏପରିକି ଏଭରେଷ୍ଟ ପର୍ବତ ଭଳି ମଧ୍ୟ ଆଷ୍ଟ୍ରଏଡ୍‌ ବ୍ରହ୍ମାଣ୍ଡରେ ରହିଛନ୍ତି । ଏହା ସହିତ ଏକ ଛୋଟ ପଥର ଖଣ୍ଡ ଆକାରର ମଧ୍ୟ ଆଷ୍ଟ୍ରଏଡ୍‌ ରହିଛନ୍ତି ।

Planet killer' asteroid hiding in sun's glare could smash into Earth one  day | Live Science

ଆସନ୍ତା ଜୁଲାଇ ୩ରେ ପୃଥିବୀର ନିକଟ ଦେଇ ଗୋଟିଏ କ୍ଷୁଦ୍ରଗ୍ରହ ଗତି କରିବ ବୋଲି କହିଛନ୍ତି ବୀରେନ୍ଦ୍ର ଯାଦବ । ପୃଥିବୀ ନିକଟ ଦେଇ ଯିବାକୁ ଥିବା ଆଷ୍ଟ୍ରଏଡ୍‌ ଏମ୍‌ଟି-୧ର ଆକାର ଇଣ୍ଡିଆ ଗେଟ୍‌ ଆକାର ଭଳି । ଏହାର ଆନୁମାନିକ ଆୟତନ ପ୍ରାୟ ୫୦ ବର୍ଗମିଟର । ତେବେ ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଯଦିଓ ନାହିଁ କିନ୍ତୁ କିଛି ଆଷ୍ଟ୍ରଏଡ୍‌ ଏମିତି ମଧ୍ୟ ରହିଛନ୍ତି ଯେଉଁମାନେ କି ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଥିବା କହିଛନ୍ତି ବୈଜ୍ଞାନିକ ବୀରେନ୍ଦ୍ର ଯାଦବ । କିନ୍ତୁ ଜୁଲାଇ ୩ ତାରିଖରେ ପୃଥିବୀର ନିକଟତର ଦେଇ ଗତି କରୁଥିବା ଆଷ୍ଟ୍ରଏଡ୍‌ ଯୋଗୁଁ ପୃଥିବୀ ଉପରେ କୌଣସି ବିପଦ ନାହିଁ ।

The Biggest Asteroid Impacts In Earth's History

ବୀରେନ୍ଦ୍ର ଯାଦବଙ୍କ କହିବାନୁଯାୟୀ, ଅନ୍ୟ ଦୁଇଟି ଆଷ୍ଟ୍ରଏଡ୍‌ ଏମ୍‌ଇ-୪ ଜୁଲାଇ ୮ ତାରିଖରେ ପୃଥିବୀ ନିକଟ ଦେଇ ଗତି କରିବ । ଯାହାର ଆକାର ୧୫ ମିଟର ଅର୍ଥାତ୍‌ ଏହା ଏକ ବଡ ବସ୍‌ର ଆକାର ସହ ସମାନ । ଆଷ୍ଟ୍ରଏଡ୍‌ର ଗତି ପ୍ରତି ସେକେଣ୍ଡରେ ୧୨ କିମି ରହିଥିବା ସେ କହିଛନ୍ତି । ସେହିଭଳି ୟୁକ୍ୟୁ-୩ ନାମକ ଏକ ଆଷ୍ଟ୍ରଏଡ୍‌ ଜୁଲାଇ ୧୮ ତାରିଖରେ ପୃଥିବୀ ପୃଷ୍ଠ ନିକଟ ଦେଇ ଗତି କରିବ । ଏହାର ମଧ୍ୟ ଆକାର ୧୮ର ୨୦ ମିଟର ରହିଛି ।

wp:heading {"level":4}

ଏ ଖବର ପଢନ୍ତୁ- ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ, କେବେ ହେବ ଲଞ୍ଚ ? କହିଲେ ଇସ୍ରୋ ମୁଖ୍ୟ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.