୬୦୦ କୋଟି ୟୁନିଟ୍ ବିକ୍ରି ସହ Maggi ନୁଡୁଲର ୧ ନମ୍ବର ଉପଭୋକ୍ତା ହେଲା ଭାରତ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮।୬:  ଦୁଇ ମିନିଟ୍‌ରେ ତିଆରି ହୋଇଯାଉଥିବା ନୁଡୁଲସ୍ ମ୍ୟାଗୀର ଭାରତରେ ରେକର୍ଡ ବିକ୍ରି ହେଉଛି। ନେସ୍ଲେ ଇଣ୍ଡିଆଙ୍କ ଅନୁସାରେ ଭାରତ ମ୍ୟାଗୀର ସବୁଠୁ ବଡ ବଜାରରେ ପରିଣତ ହୋଇଛି। କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ୬୦୦ କୋଟି ୟୁନିଟ୍‌ ମ୍ୟାଗୀ ନୁଡୁଲ ବିକ୍ରି କରିଛି। ଏହା ଛଡା କମ୍ପାନୀର ଚକଲେଟ୍ କିଟକ୍ୟାଟ୍ ମଧ୍ୟ ବିକ୍ରିରେ ରେକର୍ଡ ଭାଙ୍ଗିଛି। ଗତ ଆର୍ଥିକ ବର୍ଷରେ କମ୍ପାନୀ ୪୨୦କୋଟି ୟୁନିଟ୍ କିଟକ୍ୟାଟ୍  ଚକଲେଟ ବିକ୍ରି କରିଛି। 

ସ୍ୱିସ୍ ଏମଏନସି ନେସ୍ଲେର ଇଣ୍ଡିଆ ୟୁନିଟ୍ ସୋମବାର ଏହାର ବାର୍ଷିକ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ ବିଶ୍ୱରେ ସବୁଠୁ ଅଧିକ ମ୍ୟାଗୀ ଭାରତରେ ବିକ୍ରି ହେଉଥିବା କୁହାଯାଇଛି। ନେସ୍ଲେ କହିଛନ୍ତି ଯେ ଭାତ ତାଙ୍କ ପାଇଁ ସବୁଠୁ ଦ୍ରୁତ ବଢୁଥିବା ବଜାରରେ ପରିଣତ ହୋଇଛି। ଏଠାରେ କମ୍ପାନୀ ଡବଲ ଡିଜିଟରେ ଗ୍ରୋ କରୁଛି। କମ୍ପାନୀ ମ୍ୟାଗୀ ନୁଡୁଲସ୍ ଓ ମ୍ୟାଗୀ ମସଲା-ଏ-ମ୍ୟାଜିକ୍ ମୂଲ୍ୟ ଓ ପ୍ରଡକ୍ଟ ମିକ୍ସ ମାଧ୍ୟମରେ ଏହି ସଫଳତା ହାସଲ କରିଛି। 

ଆଜି କମ୍ପାନୀ ଲାଗି ଲାଭଦାୟୀ ସାବ୍ୟସ୍ତ ହେଉଥିବା ଭାରତରେ ନେସ୍ଲେ  ମ୍ୟାଗୀକୁ ନେଇ ୨୦୧୫ ମସିହାରେ ବିବାଦରେ ଫଶିଯାଇଥିଲା। ସ୍ୱାସ୍ଥ୍ୟଗତ କାରଣ ଲାଗି ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ଜୁନ ୨୦୧୫ରେ ମ୍ୟାଗୀକୁ ୫ ମାସ ପାଇଁ ଦେଶରେ ନିଷିଦ୍ଧ କରିଦେଇଥିଲେ। ମ୍ୟାଗୀରେ ଧାର୍ଯ୍ୟ ସୀମାରୁ ଅଧିକ ଲିଡ ଥିବାର ଅଭିଯୋଗ ହାଇଥିଲା। ଏହି ନିଷିଦ୍ଧାଦେଶ ନେସ୍ଲେ ଇଣ୍ଡିଆ ଲାଗି ଝଟକା ସାବ୍ୟସ୍ତ ହୋଇଥିଲା। 

ନିଷିଦ୍ଧ ହେବା ବେଳେ ଭାରତୀୟ ନୁଡୁଲସ୍ ମାର୍କେଟରେ ମ୍ୟାଗୀର ସେୟାର ୮୦ ପ୍ରତିଶତ ଥିଲା। ବ୍ୟାନର ମାସକ ମଧ୍ୟରେ ଏହା ହ୍ରାସ ହୋଇ ଶୁନ ହୋଇଯାଇଥିଲା। ଏଫଏସଏସଏଆଇଙ୍କ ଏହି ବ୍ୟାନକୁ ଇତି ମଧ୍ୟରେ ୧୦ବର୍ଷ ବିତିବାକୁ ଯାଉଛି ହେଲେ ମ୍ୟାଗୀ ଏବେବି ତାର ପୁରୁଣା ସ୍ଥାନ ହାସଲ କରିବାକୁ ସଂଘର୍ଷ ଜାରି ରଖିଛି। ଏହି ସେଗମେଣ୍ଟକୁ ଏବେ ଅନେକ କମ୍ପାନୀ ଆସିଗଲେଣି। ଏଣୁ ଏଠାରେ ପ୍ରତିଯୋଗୀତା ଏବେ ବଢି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.