ନୂଆଦିଲ୍ଲୀ: ପୁଞ୍ଜି ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ଓ ଉତ୍ଥାନ ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଚୀନ୍ କୁ ପଛରେ ପକାଇଲା ଭାରତ। ଗ୍ଲୋବାଲ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଇନଭେସ୍କୋଙ୍କ ରିପୋର୍ଟ ଅନୁଯାୟୀ, ଭାରତର ବ୍ୟବସାୟ ତଥା ରାଜନୈତିକ ସ୍ଥିରତା, ଜନସଂଖ୍ୟା, ରେଗୁଲେଟରି ନିଷ୍ପତ୍ତି ଯୋଗୁ ସଭୋରେନ ନିବେଶକଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିଛି। ଏଥିପାଇଁ ପୁଞ୍ଜି ନିବେଶ ପାଇଁ ଭାରତର ଏକ ଆକର୍ଷଣୀୟ ସ୍ଥାନରେ ଚୀନକୁ ପଛରେ ପକାଇ ଦେଇଛି।
ଗବେଷକ ଇନଭେସ୍କୋ ଗ୍ଲୋବାଲ୍ ସୋଭରେନ ମ୍ୟାନେଜମେଣ୍ଟ ଷ୍ଟଡି ନାମକ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ ୮୫ ଟି ସୋଭରେନ ୱେଲ୍ଥ ଫଣ୍ଡ ଏବଂ ୫୭ ଟି କେନ୍ଦ୍ରୀୟ ବ୍ୟାଙ୍କର ୧୪୨ ଜଣ ଚିଫ୍ ଇନଭେଷ୍ଟମେଣ୍ଟ ଅଫିସର୍ସ, ଆସେଟ୍ କ୍ଲଜ୍ ଏବଂ ସିନିୟର ପୋର୍ଟଫୋଲିଓ ରଣନୀତିକାରଙ୍କ ମତାମତ ନିଆଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ପୁଞ୍ଜି ନିବେଶ ପାଇଁ ଭାରତ ବର୍ତ୍ତମାନ ଆକର୍ଷଣୀୟ ଏମର୍ଜିଂ ମାର୍କେଟ୍ ଭାବରେ ଚୀନ୍କୁ ଅତିକ୍ରମ କରିଛି।
ସୋଭରେନ ୱେଲ୍ଥ ଫଣ୍ଡ କହିଛି ଯେ ଭାରତର ଡେମେଗ୍ରୋଫୀ, ରାଜନୈତିକ ସ୍ଥିରତା, ସକ୍ରିୟ ରେଗୁଲେସନ ଯୋଗୁ ଏକ ଉନ୍ନତ ଅର୍ଥନୀତି ଭାବରେ ଭାରତ ପ୍ରମୁଖ ନିବେଶର ଲକ୍ଷ୍ୟସ୍ଥଳ ଭାବରେ ଉଭା ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଉଦୀୟମାନ ବଜାରରେ ଭାରତ ଚୀନ୍ ଛାଡି ସୋଭରେନ ନିବେଶକଙ୍କ ଆଗ୍ରହ ବୃଦ୍ଧି କରିଛି। ମେକ୍ସିକୋ ବ୍ରାଜିଲ ବ୍ୟତୀତ ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁମାନେ ଘରୋଇ ଓ ଆନ୍ତର୍ଜାତୀୟ ଚାହିଦା ଯୋଗୁ ପୋର୍ଟଫୋଲିଓ କର୍ପୋରେଟ୍ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସବୁଠାରୁ ଲାଭରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।