ଭାରତୀୟ ସର୍ଭରରେ ହୋଷ୍ଟ ହେବ ଚୀନ ଏଆଇ ଡିପସିକ୍: କେନ୍ଦ୍ର ଆଇଟି ମନ୍ତ୍ରୀ

Published By : Prameya-News7 Bureau | January 30, 2025 IST

indiatoday

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତୀୟ ସର୍ଭରରେ ଚୀନ ଓପନ ଏଆଇ ମଡେଲ୍ ଡିପ୍‌ସିକ୍‌କୁ ହୋଷ୍ଟ କରାଯିବ। ଗୋପନୀୟତା ସମସ୍ୟାର ସମାଧାନ ପାଇଁ ଭାରତୀୟ ସର୍ଭରରେ ହୋଷ୍ଟ କରାଯିବ ବୋଲି ଗୁରୁବାର କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। 

ବିଶେଷଜ୍ଞମାନେ ଚୀନ ଏଆଇ ଆପ୍ ଡିପସିକ୍କୁ ନେଇ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ବିଶେଷକରି ଡାଟା ସୁରକ୍ଷା ଏବଂ ଚୀନକୁ ସମ୍ଭାବ୍ୟ ସୂଚନା ସ୍ଥାନାନ୍ତର ସମ୍ପର୍କରେ ସମସ୍ତଙ୍କର ସନ୍ଦେହ ରହିଛି। ଡିପସିକ ପଲିସି ଡକ୍ୟୁମେଣ୍ଟରେ ଏନେଇ ସ୍ପଷ୍ଟ ବାର୍ତ୍ତା ରହିଛି। 

ଏଥିରେ କୁହାଯାଇଛି “ ଯେତେବେଳେ ଆପଣ ଆମ ସର୍ଭିସ ବ୍ୟବାହର କରିବେ ସତେବେଳେ ଆମେ ଆପଣ ମୋଡେଲ୍‌କୁ ଦେଇଥିବା ସମସ୍ତ ତଥ୍ୟ ଯଥା ଟେକ୍ସ, ଅଡିଓ ଇନପୁଟ୍ସ,ପ୍ରୋମ୍ଟ, ଅପଲୋଡ ଫାଇଲ୍ସ, ଫିଡବ୍ୟାକ୍, ଚାଟ ହିଷ୍ଟ୍ରୀ ଆଦି ନେଇ ଯାଇପାରୁ। ଆମେ ସଂଗ୍ରହ କରୁଥିବା ସୂଚନାକୁ ଚୀନରେ ଅବସ୍ଥିତ ସୁରକ୍ଷିତ ସର୍ଭରଗୁଡ଼ିକରେ ସଂରକ୍ଷଣ କରି ରଖୁଛୁ।” 

ଡାଟା ସୁରକ୍ଷା ସମ୍ପର୍କିତ ଚିନ୍ତାକୁ ନେଇ ବୈଷ୍ଣବ କହିଛନ୍ତି ଆଗାମୀ ଦିନରେ ଭାରତ ନିଜର ଫାଉଣ୍ଡେସନାଲ ମଡେଲ ତିଆରି କରିବ। କମନ କମ୍ପ୍ୟୁଟିଂ ଫେସିଲିଟିରେ୧୮,୬୯୩ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (GPU)ର ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ବିଶ୍ୱ ଏଆଇ ଦୌଡ଼ରେ ଭାରତକୁ ସାମିଲ୍ କରିବାକୁ ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଛନ୍ତି ଦେଶରେ ଏଆଇ ସୁରକ୍ଷା ପ୍ରତିଷ୍ଠାନ ମଧ୍ୟ ଆରମ୍ଭ କରାଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.