ଏସ୍‌ସି,ଏସ୍‌ଷ୍ଟି ଆକ୍ଟରେ ମାମଲା ପରେ ଆଇନର ଦୁରୁପଯୋଗ ନେଇ ଅସନ୍ତୋଷ ଝାଡ଼ିଲେ ଇନ୍‌ଫୋସିସ ସହ-ସଂସ୍ଥାପକ

Published By : Prameya-News7 Bureau | January 30, 2025 IST

businesstoday

ନୂଆଦିଲ୍ଲୀ: ଦେଶରେ ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି। କେତେବେଳେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ଆଇନର ଦୁରୁପ ଯୋଗ ହେଉଛି ତ ଆଉ କେତେବେଳେ ଏସ୍‌ସି ଏସ୍‌ଟି ଆକ୍ଟର ଦୁରୁପଯୋଗ କରି ମିଛ ମାମଲା କରାଯାଉଛି।

ଗୁରୁବାର ଠିକ୍ ଏଭଳି ଅଭିଯୋଗ ଆଣିଛନ୍ତି ଇନ୍‌ଫୋସିସ୍‌ର ସହସଂସ୍ଥପକ କ୍ରିସ୍ ଗୋପାଳନକୃଷ୍ଣନ। ଏସ୍‌ସି ଏସ୍‌ଟି ଆକ୍ଟରେ ତାଙ୍କ ବିରୋଧରେ ହୋଇଥିବା ଏକ ମାମଲାରେ ପ୍ରତିକ୍ରିୟା ଦେଇ ସେ ଆଇନ ବ୍ୟବସ୍ଥା ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ମିଛ ମାମଲାରେ ଫସାଇବା ପାଇଁ ଆଇନ ଦୁରୁପଯୋଗ ହେଉଛି ବୋଲି ସେ କହିଛନ୍ତି।

ଶ୍ରୀ ଗୋପାଳକୃଷ୍ଣନ କହିଛନ୍ତି “ମୁଁ ସର୍ବଦା ଉଚିତ, ନ୍ୟାୟ ଏବଂ କାହା ପୃଷ୍ଠଭୂମି ନଜାଣି ସମସ୍ତଙ୍କୁ ସମ୍ମାନ ସହିତ ବ୍ୟବହାର କରିବାରେ ବିଶ୍ୱାସ କରେ। ତେବେ ମୋତେ ଅତ୍ୟନ୍ତ ଦୁଃଖ ଲାଗୁଛି ଯେ ଏକ ଉପକ୍ଷିତ ବର୍ଗର ସୁରକ୍ଷା ପାଇଁ ତିଆରି ହୋଇଥିବା ଆଇନର ଦୁରୁପ ଯୋଗ କରି ମୋ ବିରୋଧରେ ମିଛ ଅଭିଯୋଗ ଅଣାଯାଇଛି।” 

୭୧ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଦାୟର ହୋଇଥିବା ଏହି ମାମଲାରେ ଗୋପାଳକୃଷ୍ଣନଙ୍କ ସମେତ ଅନ୍ୟ ୧୬ ଜଣଙ୍କ ନାଁ ରହିଛି। ଏଥିରେ ଭାରତୀୟ ବିଜ୍ଞାନ ସଂସ୍ଥାନ (IISc)ର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନାଁ ବି ସାମିଲ ଅଛି। ଗୋପାଳକୃଷ୍ଣନ ମଧ୍ୟ ୨୦୨୨ ମସିହାରୁ ଆଇଆଇଏସ୍‌ସି ପରିଷଦର ଚେୟାର ମ୍ୟାନ୍ ଅଛନ୍ତି। 

ଏହି ଅଭିଯୋଗ ଆଇଆଇଏସସିର ପୂର୍ବତନ ଅଧ୍ୟାପକ ଏବଂ ବୋଭି ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଦୁର୍ଗାପ୍ପାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ୨୦୧୪ ମସିହାର ଏକ ହନି ଟ୍ରାପ୍ ମାମଲାରେ ମିଛରେ ଫସା ଯାଇଥିଲା। ଏଥିପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ ତାଙ୍କୁ ଜାତିଭିତ୍ତିକ ଦୁର୍ବ୍ୟବହାର ଏବଂ ବରିଷ୍ଠ ଅଧ୍ୟାପକମାନଙ୍କଠାରୁ ଧମକର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଗୋପାଳକୃଷ୍ଣନଙ୍କ ବ୍ୟତୀତ ଏହି ମାମଲାରେ ପୂର୍ବତନ ଆଇଆଇଏସସି ନିର୍ଦ୍ଦେଶକ ବଳରାମ, ଅତିଥି ଅଧ୍ୟାପକ ଗୋବିନ୍ଦନ ରଙ୍ଗରାଜନ୍, ଶ୍ରୀଧର ୱାରିଅର୍, ସନ୍ଧ୍ୟା ବିଶ୍ୱଶ୍ୱରାଇହ ଏବଂ ହରି କେଭିଏସ୍, ଦାସପ୍ପା, ବଳରାମ ପି, ହେମଲତା ମିଶି, ଚଟ୍ଟୋପାଦ୍ଦ୍ୟାୟ  କେ, ପ୍ରଦୀପ ସ୍ୱକର ଏବଂ ମନୋହରନ୍ ରହିଛନ୍ତି।

ଗୋପାଳକୃଷ୍ଣନ କହିଛନ୍ତି ଯେ ଆଇଆଇଏସସିର ସ୍ୱଚ୍ଛ ତଦନ୍ତ ପାଇଁ ସ୍ପଷ୍ଟ ନୀତି ରହିଛି, ଯାହା କାର୍ଯ୍ୟନିର୍ବାହୀ ପରିଚାଳନାର ଅଧୀନରେ ଆସେ। ମାମଲା ଠାରୁ ନିଜକୁ ଦୂରେଇ ରଖି ସେ କହିଛନ୍ତି "ମୁଁ ୨୦୨୨ ମସିହାରୁ ପରିଷଦର ଅଧ୍ୟକ୍ଷ ଭାବରେ ଆଇଆଇଏସସି ସହିତ ଜଡ଼ିତ। ହେଲେ ଅଭିଯୋଗ ହୋଇଥିବା ଘଟଣାଗୁଡ଼ିକ ୨୦୧୪ ମସିହାର।" 

ତେବେ ଗୋପାଳକୃଷ୍ଣନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ସମସ୍ତ ପରବର୍ତ୍ତୀ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ କର୍ଣ୍ଣାଟକ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଯେହେତୁ ମାମଲାଟି କୋର୍ଟରେ ରହିଛି। ତେଣୁ ମୁଁ ଆଉ କୌଣସି ମନ୍ତବ୍ୟ ଦେବି ନାହିଁ। ମୋର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ମୁଁ ବିଶ୍ୱାସ କରେ ଯେ ନ୍ୟାୟର ଜୟ ହେବ ବୋଲି ଗୋପାକୃଷ୍ଣନ କହିଛନ୍ତି। 

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇନର ଦୁରୁପଯୋଗ ନେଇ ପ୍ରଶ୍ନ ଉଠିଛି। ଏହି ମାମଲା ଗୋଟିଏ ନୁହେଁ, ଏଭଳି ଏକାଧିକ ଉଦାହରଣ ରହିଛି ଯେଉଁଥିରେ ଏସ୍‌ଏସ୍‌ଟି ଆକ୍ଟରେ ଦୁରୁପଯୋଗ ହୋଇଛି। ମାମଲା ଦୀର୍ଘଦିନ ଧରି ଚାଲିବାରୁ ନିର୍ଦ୍ଦୋଷରେ ଫସିଥିବା ଅଭିଯୁକ୍ତ ଅନେକ ହଇରାଣ ହେଉଛନ୍ତି। ସରକାରଙ୍କୁ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି କଥା ଉଠିଛି।  

ଏଫଆଇଆର ପରେ, ଇନ୍‌ଫୋସିସର ପୂର୍ବତନ ସିଏଫଓ ମୋହନଦାସ ପାଇ ଆଇନଗତ କାର୍ଯ୍ୟରେ ନିରପେକ୍ଷତା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି "ଏହା ସମ୍ପୂର୍ଣ୍ଣ ଭୁଲ। ଗଭର୍ଣ୍ଣିଂ ବୋର୍ଡରେ ଥିବା ନିର୍ଦ୍ଦୋଷ ଲୋକଙ୍କ ଉପରେ ଯେମିତି ଏପରି ଭୁଲ ଅଭିଯୋଗ ନ ଲାଗେ ସେ ନେଇ ସରକାର ନିଶ୍ଚିତ କରିବା ଉଚିତ୍।" ସମସ୍ତଙ୍କ ଅଧିକାରର ସୁରକ୍ଷା ଦେବା ଉଚିତ ବୋଲି ସେ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.