ପ୍ୟାରିସରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସମ୍ଵୋଧନ, ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କଲେ ମାକ୍ରନ

Published By : Prameya-News7 Bureau | July 14, 2023 IST

ନୂଆଦିଲ୍ଲୀ ୧୪/୦୭: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସର ଜାତୀୟ ଦିବସ ଅର୍ଥାତ୍ ବାଷ୍ଟିଲ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ । ପ୍ରଥମ ଦିନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି ମୋଦି । ଏଲସି ପ୍ୟାଲେସରେ ୨ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ହୋଇଥିବା ବେଳେ ଦ୍ବିପାକ୍ଷୀକ ଆଲାଚନା କରିଛନ୍ତି ।

wp:html /wp:html

ମୋଦିଙ୍କୁ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଲେଜିଅନ୍ ଅଫ୍ ଅନର ପ୍ରଦାନ କରିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ । ସାମରିକ କିମ୍ବା ନାଗରିକ ଆଦେଶରେ ଏହା ହେଉଛି ସର୍ବୋଚ୍ଚ ଫରାସୀ ସମ୍ମାନ। ଏହି ସମ୍ମାନ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସେହିପରି ପ୍ୟାରିସର ଲା ସିଏନ୍ ମ୍ୟୁଜିକାଲେ ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ଫ୍ରାନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରୁଥିବା ଭାରତୀୟ ଛାତ୍ରମାନଙ୍କୁ ୫ ବର୍ଷର ପୋଷ୍ଟ-ଷ୍ଟଡି ଭିସା ଦିଆଯିବ ବୋଲି ମୋଦି କହିଛନ୍ତି ।

wp:html /wp:html

ଏଥିସହିତ ଫ୍ରାନ୍ସର ମାର୍ସେଲରେ ଏକ ନୂତନ କନସୁଲେଟ୍ ଖୋଲିବା ବିଷୟରେ ଘୋଷଣା କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଫ୍ରାନ୍ସରେ ଭାରତୀୟ ସମ୍ପ୍ରଦାୟର ଅବଦାନ ଉପରେ ଆଲୋକପାତ କରିଥିଲେ । ଗତକାଲି ଅପରାହ୍ଣ ୪ଟାରେ ପ୍ୟାରିସର ଓ୍ବର୍ଲି ବିମାନବନ୍ଦରରେ ଓହ୍ଲାଇବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ତାଙ୍କୁ ରେଡ୍ କାର୍ପେଟ ସ୍ୱାଗତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.