ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଏମ୍ ନାଭାଲ ଜେଟ୍ ସହ ଅତିରିକ୍ତ ୩ଟି ସ୍କୋର୍ପେନ୍ ବୁଡ଼ାଜାହାଜ(ସବମରିନ)କିଣିବ ଭାରତ। ଏନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଜୁଲାଇ ୧୪ ରୁ ୧୬ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ସମୟରେ ଏହି ଡିଲ୍ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ପ୍ରତିରକ୍ଷା କ୍ରୟ ବୋର୍ଡ (ଡିପିପି) ସୋମବାର ଏହି ଚୁକ୍ତି ନେଇ ସୂଚନା ଦେଇଛି।
ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ପ୍ରାୟ ୯୦,୦୦୦ କୋଟି ଟଙ୍କାର ହେବ। ଏଥିରେ ୨୬ ଟି ରାଫେଲ ଏମ୍ ନୌସେନା ବିମାନ ରହିବ, ଯେଉଁଥିରେ ୨୨ ଟି ସିଙ୍ଗଲ୍ ସିଟ୍ ଏବଂ ଚାରିଟି ଡବଲ୍ ସିଟର ଟ୍ରେନର ଭର୍ସନ ଜେଟ୍ ରହିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରୋଜେକ୍ଟ ୭୫ରେ ସ୍କୋର୍ପେନ୍ ଡିଲ୍ରେ ଫ୍ରାନ୍ସ ଠାରୁ ୩ଟି ଅତିରିକ୍ତ ବୁଡ଼ାଜାହାଜ କିଣାଯିବ।
{"width":837,"height":628}ଆହୁରି ପଢ଼ନ୍ତୁ-ସେମିକଣ୍ଡକ୍ଟର ନିର୍ମାଣ ଯୋଜନାକୁ ଝଟକା ! ବେଦାନ୍ତ ସହ ବୁଝାମଣା ରଦ୍ଦ କରିବାକୁ ଫକ୍ସକନର ଘୋଷଣା
ରାଫେଲ ବିମାନ ଭାରତୀୟ ନୌସେନାର ବିମାନ ପରିବହନକାରୀ ଜାହାଜ ଉପରେ ରଖାଯିବ। ଚଳିତ ସପ୍ତାହରେ ଏହି ଡିଲ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କ୍ଲିୟରାନ୍ସ ମିଳିଯାଇପାରେ ବୋଲି ସୂଚନା ମିଳିଛି।
ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ଏୟାରକ୍ରାଫ୍ଟ ଓ ସବ୍ମରିନ(ବୁଡ଼ା ଜାହାଜ)ର ଅଭାବ ରହିଛି। ତେଣୁ ତୁରନ୍ତ ଏହାର ଅଭାବ ଦୂର କରିବା ଏଭଳି ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର।
ପ୍ରାନ୍ସ ଠାରୁ କିଣାଯିବାକୁ ଥିବା ବିମାନଗୁଡ଼ିକ ଭାରତୀୟ ନୈସେନା ଦ୍ୱାରା INS ବିକ୍ରାନ୍ତ ଏବଂ INS ବିକ୍ରମଦିତ୍ୟରେ ବ୍ୟବହାର କରାଯିବ। ବର୍ତ୍ତମାନ ଏହି ଜାହାଜରେ ମିଗ୍ -୨୯ ବିମାନ ନିୟୋଜିତ ହୋଇଛି। ଦୁଇ ଦେଶ ମଧ୍ୟରେ ହେବାକୁ ଯାଉଥିବା ଏହି ଡିଲ୍ ସମ୍ପର୍କରେ ଫ୍ରାନ୍ସରେ ଆନୁଷ୍ଠାନିକ ଭାବେ ଘୋଷଣା ହେବା ପୂର୍ବରୁ ଆଗାମୀ କିଛି ଦିନ ମଧ୍ୟରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ସମ୍ମୁଖରେ ଏହି ଚୁକ୍ତି ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।
ଜୁଲାଇ ୧୪ ରେ ଫ୍ରାନ୍ସର ପ୍ୟାରିସରେ ହେବାକୁ ଥିବା ବାଷ୍ଟିଲ୍ ଡେ ପରେଡରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି। ଏହି ପରେଡ୍ରେ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନା ସୈନ୍ୟ ଭାଗ ନେବେ ବୋଲି ସୂଚନା ମିଳିଛି।
ପଢ଼ନ୍ତୁ-ରେଳବାଇ କ୍ଷେତ୍ରରେ ଆମେରିକା ସହ ଭାରତର MoU, ଅଙ୍ଗାରକାମ୍ଳ ବିକିରଣ ହ୍ରାସ ଓ ବିକଳ୍ପ ଶକ୍ତି ଉପଯୋଗ ଲକ୍ଷ୍ୟ