ଦ୍ବିତୀୟ ଟେଷ୍ଟ, ଓ୍ବେଷ୍ଟଇଣ୍ଡିଜର ଲଢୁଆ ଜବାବ, ୫ ୱିକେଟ୍ ରେ ୨୨୬ ରନ୍

Published By : Prameya-News7 Bureau | July 23, 2023 IST

ପୋର୍ଟ ଅଫ ସ୍ପେନ,୨୨/୭: ରୋମାଞ୍ଚକର ସ୍ଥିତିରେ ୱେଷ୍ଟଇଣ୍ଡିଜ-ଇଣ୍ଡିଆ ଦ୍ବିତୀୟ ଟେଷ୍ଟ । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୪୩୮ ପରେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ ଦେଖାଇଛି ଘରୋଇ ଦଳ । କ୍ରେଗ ବ୍ରାଥ୍‌ୱେଟ୍‌ଙ୍କ ଅର୍ଦ୍ଧଶତକ ବଳରେ କାରବିୟାନ ଦଳ ୫ ଓ୍ବିକେଟ୍ ହରାଇ ୨୨୬ ରନ୍‌ ସଂଗ୍ରହ କରିଛି । ଦଳ  ପକ୍ଷରୁ ଆଲିକ ଆଥାଞ୍ଜି ୩୫ ଓ ଜାସନ ହୋଲ୍ଡର  ୧୧ ରନ୍ କରି ଅପରାଜିତ ରହିଛନ୍ତି ।  ତୃତୀୟ ଦିବସରେ ବର୍ଷା ବାଧକ ସାଜିଥିଲା ।  ବର୍ଷା ଯୋଗୁ ୨ଥର ଖେଳ ସ୍ଥଗିତ ରହିଥିଲା ।  ଭାରତ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳୁଥିବା ଯୁବ  ପେସ୍‌ ବୋଲର ମୁକେଶ କୁମାର ପ୍ରଥମ ୱିକେଟ୍‌  ହାସଲ କରିବାରେ ସଫଳ ହୋଇଛନ୍ତି ।

wp:embed {"url":"https://www.prameyanews7.com/bajrang-vinesh-can-participate-in-asian-games-without-trials/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bajrang-vinesh-can-participate-in-asian-games-without-trials/
/wp:embed

ତୃତୀୟ ଦିବସରେ ୱେଷ୍ଟ ଇଣ୍ଡିଜ୍‌ ଅସମାପ୍ତ ପ୍ରଥମ ଇନିଂସ ୧/୮୬ ରନ୍‌ରୁ ବ୍ୟାଟିଂ ଆରମ୍ଭ  କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ବ୍ରାଥ୍‌ୱେଟ୍‌  ଓ କିର୍କ ମାକେଞ୍ଜି ସତର୍କତାର ସହ ଭାରତୀୟ  ବୋଲରଙ୍କ ସାମ୍ନା କରିଥିଲେ । ପ୍ରଥମ ୧୦ ଓଭରରେ  ଉଭୟ ୩୧ ରନ୍‌ ସଂଗ୍ରହ କରିଥିଲେ । ଦିବସର  ୧୧ତମ ଓଭରରେ ମୁକେଶ ଯୋଡି ଭାଙ୍ଗିଥିଲେ ।  ମାକେଞ୍ଜି ବ୍ୟକ୍ତିଗତ ୩୨ ରନ୍‌ କରି ୱିକେଟ୍‌ କିପରଙ୍କ ହାତରେ କ୍ୟାଚ୍‌ ଆଉଟ୍ ହୋଇଥିଲେ । ମାକେଞ୍ଜିଙ୍କ ୱିକେଟ୍‌ର ପତନ  ସହ ବର୍ଷା ଆରମ୍ଭ ହୋଇ ଯାଇଥିଲା । ପରେ ବ୍ରାଥ୍‌ୱେଟଙ୍କ ସହ ଜର୍ମେନ ବ୍ଲାକଉଡ୍‌ କ୍ରିଜ୍‌ରେ ଯୋଗ ଦେଇ  ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟ  ୪୦ ରନ୍‌ର ଭାଗିଦାରୀ ଗଢିଥିଲେ । ବ୍ରାଥ୍‌ୱେଟ୍‌  ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର  ୧୫୭ ବେଳେ ଅଶ୍ୱିନଙ୍କ ବଲ୍‌ର ଶିକାର ହୋଇଥିଲେ ବ୍ରାଥ୍‌ୱେଟ୍‌ । ସେହିପରି ୨୦୮ ରନରେ ଘରୋଇ ଦଳ ପଞ୍ଚମ ଓ୍ବିକେଟ୍ ହରାଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.