ପୋର୍ଟ ଅଫ୍ ସ୍ପେନ୍ ୨୫।୦୭: ସ୍ୱପ୍ନ ଭାଙ୍ଗିଦେଲା ବର୍ଷା । ସିରିଜ୍ କ୍ଲିନ୍ ସ୍ୱିପ ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ଆଗରେ ଛିଡା ହୋଇଗଲା ବର୍ଷା । ଆଉ ଶେଷରେ ୨ୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି । ଓ୍ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ଟେଷ୍ଟ ସିରିଜ୍କୁ ଭାରତ ୧-୦ରେ ବିଜୟୀ ହୋଇଛି । ଓ୍ୱେଷ୍ଟଇଣ୍ଡିଜ୍ ମାଟିରେ ଏହାର ଭାରତର ଲଗାତର ଭାବେ ପଞ୍ଚମ ଟେଷ୍ଟ ସିରିଜ୍ ବିଜୟୀ ।
wp:html/wp:htmlThat Series-Winning Grin 😊
— BCCI (@BCCI) July 24, 2023
Congratulations to the Rohit Sharma-led #TeamIndia on the Test series win 👏 👏#WIvIND pic.twitter.com/uWqmdtqhl5
ପୋର୍ଟ ଅଫ ସ୍ପେନ୍ରେ ପ୍ରବଳ ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ନିର୍ଣ୍ଣାୟକ ଅନ୍ତିମ ଦିବସ ବାତିଲ ହୋଇଯାଇଥିଲା । ଭାରତର ସିରିଜ ମୂଳପୋଛ ସ୍ୱପ୍ନ ମଉଳି ଯାଇଥିଲା । ଆଜି ସକାଳୁ ବର୍ଷା ଲାଗି ରହିଥିବାରୁ ଆଗୁଆ ମଧ୍ୟାହ୍ନ ବିରତି ଘୋଷଣା କରାଯାଇଥିଲା । ଦ୍ୱିତୀୟ ଭାଗରେ ପାଗ ବଦଳିବ ଓ ଖେଳ ସମ୍ଭବ ହେବ ବୋଲି ଅନୁମାନ କରାଯାଉଥିଲା । ମଝିରେ ବର୍ଷା ଛାଡ଼ି ଖରା ହେବାରୁ ୬୭ ଓଭର ଖେଳ ପାଇଁ ଅମ୍ପାୟର ନିଷ୍ପତ୍ତି ନେଇଥିଲେ । ଦୁଇ ଦଳର ଖେଳାଳିମାନେ ମଧ୍ୟ ଗ୍ରାଉଣ୍ଡକୁ ଓହ୍ଲାଇ ୱାର୍ମ ଅପ୍ କରିଥିଲେ । ମାତ୍ର ବଲ୍ ପଡ଼ିବା ପାଇଁ କିଛି ମାତ୍ର ସମୟ ପୂର୍ବରୁ ପୁଣି ଥରେ ବର୍ଷା ହୋଇଥିଲା । ଶେଷରେ ବାଧ୍ୟ ହୋଇ ପଞ୍ଚମ ଦିନ ଖେଳକୁ ବାତିଲ କରାଯାଇଥିଲା । ଆଉ ୨ ମ୍ୟାଚ୍କୁ ଡ୍ର’ ଘୋଷଣା ହୋଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମହମ୍ମଦ ସିରାଜ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
୩୬୫ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟ ଇଣ୍ଡିଜ୍ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂରେ ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଥିଲା । ଅନ୍ତିମ ଦିବସରେ ଘରୋଇ ଦଳକୁ ବିଜୟ ପାଇଁ ଆଉ ୨୮୯ ରନ୍ ଆବଶ୍ୟକ ହେଉଥିବାବେଳେ ଭାରତ ୮ୱିକେଟ୍ ଆବଶ୍ୟକ କରୁଥିଲା । ପିଚ୍ ଶୁଷ୍କ ହୋଇସାରିଥିଲା ଓ ବଲ ମାତ୍ରାଧିକ ଟର୍ଣ୍ଣ ହେଉଥିଲା । ଅନ୍ତିମ ଦିବସରେ ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ବିପର୍ଯ୍ୟୟ ଘଟାଇବା ଆଶା କରାଯାଉଥିଲା । ଅଶ୍ୱିନ ୨ଟି ୱିକେଟ୍ ନେଇସାରିଥିଲେ । ତେଣୁ ଭାରତର ବିଜୟ ସମ୍ଭାବନା ଅଧିକ ଥିଲା । ମାତ୍ର ବର୍ଷାରେ ଭାରତର ସବୁ ଆଶା ଧୋଇ ଯାଇଥିଲା । ପୂର୍ବରୁ ଡୋମିନିକାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୧୪୧ ରନ୍ରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଆଧିପତ୍ୟ ବଜାୟ ରଖିଥିଲା ।
ତେବେ ଏହି ସିରିଜ୍ରେ ଡେବ୍ୟୁ କରିଥିବା ଜଶସ୍ୱୀ ଜୈସଓ୍ୱାଲ୍ ସର୍ବାଧିକ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ଓ୍ୱିକେଟ୍ ନେଇଛନ୍ତି ।
wp:embed {"url":"https://www.prameyanews7.com/ishan-kishan-thanks-rishabh-pant/","type":"wp-embed","providerNameSlug":"prameya-news-7"} /wp:embed