ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ୍ ରବିବାର ଖେଳାଯାଇଥିବା ଖୋ ଖୋ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ନେପାଳକୁ ହରାଇ ଚାମ୍ପିଅନ ହୋଇଛି । ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମରେ ପ୍ରିୟଙ୍କା ଇଙ୍ଗଲେଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ନେପାଳକୁ ୭୮-୪୦ ପଏଣ୍ଟରେ ପରାସ୍ତ କରିଛି ।
ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା ଟିମ୍ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଟର୍ମରେ ୩୪ ଅଙ୍କ ହାସଲ କରିଥିଲା । ଅନ୍ୟପଟେ ନେପାଳ ଟିମ୍ ସ୍କୋର କରିବାରେ ବିଫଳ ହୋଇଥିଲା । ଦ୍ୱିତୀୟ ଟର୍ମରେ ଭାରତର ସ୍କୋର ୩୫ ଅଙ୍କ ରହିଥିବା ବେଳେ ନେପାଳ ୨୪ ଅଙ୍କ ହାସଲ କରିଥିଲା । ଦ୍ୱିତୀୟ ଟର୍ମରେ ଭାରତ ଗୋଟିଏ ଅଙ୍କ ପାଇଥିବା ବେଳେ ନେପାଳ ୨୪ ଅଙ୍କ ହାସଲ କରିଥିଲା ।
👸 𝐇𝐢𝐬𝐭𝐨𝐫𝐲 𝐦𝐚𝐝𝐞 🇮🇳🏆
— Kho Kho World Cup India 2025 (@Kkwcindia) January 19, 2025
Congratulations to #TeamIndia women for claiming the 𝐟𝐢𝐫𝐬𝐭-𝐞𝐯𝐞𝐫 𝐊𝐡𝐨 𝐊𝐡𝐨 𝐖𝐨𝐫𝐥𝐝 𝐂𝐮𝐩 👏#KhoKhoWorldCup #KKWC2025 #TheWorldGoesKho #Khommunity #KhoKho #KKWCWomen pic.twitter.com/tqlBPbTIdc
ବ୍ରେକ୍ ପରେ ତୃତୀୟ ଟର୍ମରେ ଭାରତର ସ୍କୋର ୭୩ ଅଙ୍କ ହୋଇଥିବା ବେଳେ ନେପାଳର ସ୍କୋର ୨୪ ରହିଥିଲା । ତୃତୀୟ ଟର୍ମରେ ଭାରତୀୟ ମହିଳା ଟିମ୍ ଚମତ୍କାର ପ୍ରଦର୍ଶନ କରି ୩୮ ପଏଣ୍ଟ ହାସଲ କରିଥିଲା । ଏହାପରେ ଚତୁର୍ଥ ଟର୍ମରେ ନେପାଳ ୬ ଅଙ୍କ ହାସଲ କରିଥିବା ବେଳେ ଭାରତକୁ ୫ ଅଙ୍କ ମିଳିଥିଲା । ମ୍ୟାଚ୍ର ଶେଷ ହ୍ୱିସିଲ୍ ବାଜିବା ବେଳକୁ ଭାରତର ସ୍କୋର ୭୮ ଅଙ୍କ ଏବଂ ନେପାଳ ୪୦ ପଏଣ୍ଟରେ ରହିଥିଲେ । ଭାରତୀୟ ମହିଳା ଟିମ୍ ଏହି ମୁକାବିଲାକୁ ୩୮ ପଏଣ୍ଟରେ ଜିତି ପ୍ରଥମ ବିଶ୍ୱପକର ପ୍ରଥମ ବିଜେତା ହୋଇଛି ।
Awestruck to witness the historic win for the Indian Women’s Kho Kho Team! 🏆 With a thrilling score of 78-40, they bring home the 1st-ever World Cup. Proud of our girls and proud of Odisha for sponsoring this monumental journey 🇮🇳#TheWorldGoesKho #KhoKhoWorldCup #Odisha pic.twitter.com/UUtG8oU4dN
— Suryabanshi Suraj (@suryabanshibjp) January 19, 2025