ପାକ୍-ଚୀନ୍ ସୀମାରେ ହେରନ୍ ମାର୍କ-୨ ଡ୍ରୋନ୍ ମୁତୟନ; ଫରଓ୍ବାର୍ଡ ଏୟାର ବେସ୍‌ରେ ଅଭ୍ୟାସ ଉଡ଼ାଣ

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ: ପାକ୍ ଓ ଚୀନ୍ ଉପର ଏଥର ହେବ ବଡ଼ ପ୍ରହାର । ସୀମାରେ ଆଉ ଚାଲିବନି ମନମାନି । ଶତ୍ରୁକୁ ଦିଆଯିବ ଦୃଢ ଜବାବ । ଶତ୍ରୁ ଦେଶର ସମସ୍ତ ଗତିବିଧି ଡ୍ରୋନ ନଜରରେ ରହିବ । ଚିନ୍ ଓ ପାକିସ୍ତାନ ସୀମାରେ ଡ୍ରୋନ ମୁତୟନ ହୋଇଛି । ଭାରତୀୟ ବାୟୁସେନାରେ ନୂଆ କରି ସାମିଲ ହୋଇଥିବା ହେରନ୍ ମାର୍କ-୨ ଡ୍ରୋନ୍ ଦେଶର ଉତ୍ତରସୀମାରେ ଉଡାଣ ଭରିଛି । ଏହା ପାକିସ୍ତାନ ଏବଂ ଚୀନ ସୀମାକୁ ଗୋଟିଏ ଥର ଉଡାଣରେ ନୀରିକ୍ଷଣ କରିବ । ଉତ୍ତର ପ୍ରାନ୍ତରେ ଏହି ଡ୍ରୋନର ଅଭ୍ୟାସ କରାଯାଇଛି । ଏହି ଅତ୍ୟାଧୁନିକ ଡ୍ରୋନରେ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ରହିଛି ।

wp:html /wp:html

ଭାରତୀୟ ବାୟୁସେନା ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆ ଦ୍ବାରା ଆରମ୍ଭ ହୋଇଥିବା ଚିତାକୁ ଆଗକୁ ବଢ଼ାଇବାର ଯୋଜନା ରଖିଛି । ଏହା ଦ୍ବାରା ଭାରତୀୟ ସଶସ୍ତ୍ର ବଳ ପ୍ରାୟ ୭୦ରୁ ଅଧିକ ହେରାନ୍ ଡ୍ରୋନକୁ ସାଟେଲାଇଟ୍ ସଂଟାର ଲିଙ୍କ୍ ସହିତ ବିକଶିତ କରୁଛି । ବାୟୁସେନାକୁ ୩୧ ପ୍ରିଡେଟର ଡ୍ରୋନ ମଧ୍ୟ ମିଳିଛି । ଯାହା ଉଚ୍ଚତା ସହିତ ଅତ୍ୟାଧୁନିକ ଶ୍ରେଣୀର । ଏଥିମଧ୍ୟରୁ ୪ଟି ନୂଆ ହେରାନ ମାର୍କ-୨ ଡ୍ରୋନ ଲମ୍ବା ଦୂରତା ସହିତ ମିସାଇଲ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ ଲେସ୍ କରାଯାଇଛି । ଏହାକୁ ଉତ୍ତର ପ୍ରାନ୍ତରେ ଏକ ଫରଓ୍ବାର୍ଡ ଏୟାର ବେସରେ ମୁତୟନ କରାଯାଇଛି ।

wp:embed {"url":"https://www.prameyanews7.com/hindu-temple-vandalized-in-canada-khalistani-extremists-put-pasters-on-temple-gate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hindu-temple-vandalized-in-canada-khalistani-extremists-put-pasters-on-temple-gate/
/wp:embed

ହେରାନ ମାର୍କ-୨ ଡ୍ରୋନକୁ ରକ୍କାଡ୍ରନର ଓ୍ବାଈନ ଅଫ୍ ଦି ନର୍ଥ ଭାବେ ପରିଚିତ । ଏହି ଅତ୍ୟାଧୁନିକ ଡ୍ରୋନ୍ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ନୀରିକ୍ଷଣ କରିବ । ଏହି ଡ୍ରୋନ୍ ୩୬ ଘଣ୍ଟା ପର୍ଯ୍ୟନ୍ତ ଉଡ଼ି ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.